ଗୁଜରାଟ କଂଗ୍ରେସ ପ୍ରଭାରୀ ରଘୁ ଶର୍ମାଙ୍କ ଇସ୍ତଫା, ପରାଜୟକୁ କଲେ ସ୍ୱୀକାର

Published By : Prameya-News7 Bureau | December 08, 2022 IST

ନୂଆଦିଲ୍ଲୀ: ଦଳର ଶୋଚନୀୟ ପରାଜୟ ପରେ କଂଗ୍ରେସ ନେତା ରଘୁ ଶର୍ମା ଗୁଜରାଟ ପାର୍ଟି ପ୍ରଭାରୀ ପଦରୁ ଇସ୍ତଫା ଦେଇଛନ୍ତି । ନିର୍ବାଚନର ଶୋଚନୀୟ ପରାଜୟକୁ ସ୍ୱୀକାର କରିବା ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ରଘୁ ଶର୍ମା କଂଗ୍ରେସର ନିର୍ବାଚନୀ ପରିଚାଳନା ବୁଝୁଥିଲେ । ରାଜ୍ୟରେ କଂଗ୍ରେସ ଆଜି ଯାଏର ସବୁଠୁ ବଡ଼ ପରାଜୟ ସାମନା କରିଛି ।  

ଗୁଜରାଟରେ ମୋଟ ୧୮୨ ଆସନ ମଧ୍ୟରେ ୧୫୭ରେ ୫୪ ପ୍ରତିଶତ ଭୋଟ ସହ ବିଜେପି ସବୁଠୁ ଆଗରେ ରହିଛି । ପିଏମ ମୋଦୀ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିବା ସମୟରେ ୨୦୦୨ ନିର୍ବାଚନରେ ବିଜେପି ୧୨୭ ଆସନ ଜିତିବା ସହ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲା, ଯାହା ଚଳିତ ଥର ଭାଙ୍ଗୁଥିବା ଦେଖିବାକୁ ମିଳୁଛି । ଖବର ଲେଖାଯିବା ସୁଦ୍ଧା ବିଜେପି ୧୧୭ ଆସନରେ ବିଜୟୀ ହୋଇଥିବା ବେଳେ ୪୦ ଆସନରେ ଆଗୁଆ ରହିଛି । ସେହିପରି କଂଗ୍ରେସ ୮ ଆସନରେ ବିଜୟୀ ହୋଇଥିବା ବେଳେ ୮ ଆସନରେ ଆଗୁଆ ରହିଛି । ଆମ ଆଦମୀ ପାର୍ଟି ୪ଟି ଆସନରେ ବିଜୟୀ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.