ବିଜେପି ସହ ମେଣ୍ଟ ଭାଙ୍ଗିଲା AIADMK, ବୈଠକରେ ପାରିତ ହେଲା ପ୍ରସ୍ତାବ
25/09/2023 at 5:52 PM

ନୂଆଦିଲ୍ଲୀ: ତାମିଲନାଡୁରେ ବିଜେପିକୁ ବଡ଼ ଝଟକା। ଏଆଇଏଡିଏମକେ ସୋମବାର ବିଜେପି ନେତୃତ୍ବାଧୀନ ଏନଡିଏରୁ ମେଣ୍ଟ ଭାଙ୍ଗିବା ନେଇ ଘୋଷଣା କରିଛି। ଏପ୍ରସଙ୍ଗରେ ଦଳ ଏକ ପ୍ରସ୍ତାବ ପାରିତ କରିଛି।
ଏଆଇଏଡିଏମକେ ନେତାଙ୍କ ବୈଠକ ପରେ ପାର୍ଟୀର ଉପ ସଂଯୋଜକ ପି ମୁନୁସାମୀ କହିଛନ୍ତି, ‘‘ଏଆଇଏଡିଏମକେ ଆଜିଠାରୁ ବିଜେପି ଏବଂ ଏନଡିଏରୁ ସବୁ ସମ୍ପର୍କ ଛିନ୍ନ କରୁଛି।’’ ପାର୍ଟୀ କହିଛି ‘‘ବିଜେପିର ରାଜ୍ୟ ନେତୃତ୍ବ ଗତ ଏକ ବର୍ଷରୁ ଲଗାତାର ଆମ ପାର୍ଟୀର ପୂର୍ବତନ ନେତା, ଆମର ମହାସଚିବ ଏବଂ ଆମର କର୍ମୀଙ୍କ ଉପରେ ଅନାବଶ୍ୟକ ଟିପ୍ପଣି କରୁଛନ୍ତି। ଆଜିର ବୈଠକରେ ଏହି ପ୍ରସ୍ତାବ ସର୍ବସମ୍ମତି କ୍ରମେ ପାରିତ ହୋଇଛି।’’
ଆହୁରି ପଢ଼ନ୍ତୁ: ତାମିଲନାଡୁରେ ଏକା ପଡ଼ିଯିବ କି ବିଜେପି ? ଆନ୍ନାମଲାଇଙ୍କ ଉପରେ ବର୍ଷିଲେ ଏଆଇଏଡିଏମ୍କେ ନେତା, କହିଲେ ଗେରୁଆ ଦଳ ସହ ମେଣ୍ଟ…
ସୂଚନାଥାଉକି, ବର୍ତ୍ତମାନ ଦେଶରେ ଦୁଇ ପ୍ରମୁଖ ମେଣ୍ଟ ରହିଛି। ଏଥିରୁ ଗୋଟିଏ ବିଜେପ ନେତୃତ୍ବାଧୀନ ଏନଡିଏ ଏବଂ ଅନ୍ୟଟି କଂଗ୍ରେସ, ଟିଏମସି ଏବଂ ଆପ୍ ପାର୍ଟୀ ସହ ୨୮ ଦଳ ଥିବା ବିରୋଧୀ ମେଣ୍ଟ ‘ଇଣ୍ଡିଆ’। ଏଭଳି ଅନେକ ଦଳ ଅଛନ୍ତି ଯାହା ଏନଡି ଏବଂ ‘ଇଣ୍ଡିଆ’ ଉଭୟର ଅଂଶ ନାହାଁନ୍ତି। ରିପୋର୍ଟ ଅନୁଯାୟୀ, ଏଆଇଏଡିଏମକେ ୨୦୨୪ ଲୋକସଭା ନିର୍ବାଚନରେ ଏକ ଭିନ୍ନ ମୋର୍ଚ୍ଚାରୁ ନେତୃତ୍ବ କରିବ।
ରିପୋର୍ଟ ଅନୁଯାୟୀ, ରାଜ୍ୟ ଅଧ୍ୟକ୍ଷ ଏସ ଚକ୍ରବର୍ତ୍ତି କହିଛନ୍ତି ‘‘ ଆମର ନେତୃତ୍ବଙ୍କୁ ଅନ୍ନାମଲାଇଙ୍କୁ ହଟାଇବା ବିଚାର ପସନ୍ଦ ନୁହେଁ କାରଣ ସେ ପାର୍ଟୀକୁ ମଜବୁତ କରୁଛନ୍ତି ଆଉ ଏହାର ଉତ୍ତମ ଢଙ୍ଗରେ ବିସ୍ତାର କରୁଛନ୍ତି। ସେ କେବଳ ରାଜ୍ୟରେ ସନାତନ ଧର୍ମ ବିବାଦ ସମୟରେ ଅନ୍ନା ଦୁରାଇଙ୍କୁ ନେଇ ଟିପ୍ପଣୀ କରିଥିଲେ।’’
ଆହୁରି ପଢ଼ନ୍ତୁ: ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ଦୁର୍ବଳତା ମାନିଲେ ରାହୁଲ ଗାନ୍ଧୀ: କହିଲେ- ଏହିସବୁ ରାଜ୍ୟରେ ରହିଛି ସମସ୍ୟା