ନୂଆଦିଲ୍ଲୀ: ତାମିଲନାଡୁରେ ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ଓ ଏନ୍ଡିଏ ସହ ମିଶି ନିର୍ବାଚନ ଲଢ଼ିଥିବା ସହୟୋଗୀ ଦଳ ଏଆଇଏଡିଏମ୍କେ ଏଥର ବିଜେପି ଅଡ଼ୁଆ ସୃଷ୍ଟି କରିଛି। ପୂର୍ବତନ ସହଯୋଗୀ ଦଳ ଏଆଇଏଡିଏମ୍କେ ଏଥର ନିର୍ବାଚନ ଏକା ଲଢ଼ିବାକୁ ସ୍ଥିର କରିଛି। ଖାଲି ସେତିକି ନୁହେଁ, ଏଆଇଏଡିଏମ୍କେ ବିଜେପିକୁ ଚ୍ୟାଲେଞ୍ଜ ମଧ୍ୟ ଦେଇଛି। ଯଦି ବିଜେପିର ସାହସ ଅଛି ତେବେ କେନ୍ଦ୍ରମନ୍ତ୍ରୀ ଏସ୍ ଜୟଶଙ୍କର ଓ ନିର୍ମଳା ସୀତାରମଣ ତାମିଲନାଡୁରୁ ନିର୍ବାଚନ ଲଢ଼ନ୍ତୁ ବୋଲି ଏଆଇଏଡିଏମ୍କେ କହିଛି।
ଇଣ୍ଡିଆନ ଏକ୍ସପ୍ରେସର ରିପୋର୍ଟ ଅନୁସାରେ, ଏଆଇଏଡିଏମ୍କେ ନେତା କେପି ମୁନୁାମୀ କହିଛନ୍ତି ଯେ ଯଦି ବିଜେପିକୁ ଲାଗୁଛି ଯେ ତାମିଲନାଡୁରେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ପ୍ରଭାବ ବଢ଼ିଛି ତେବେ ଦୁଇ ନେତାଙ୍କୁ ରାଜ୍ୟରୁ ନିର୍ବାଚନ ଲଢ଼ାଇ ପରିଣତି ଦେଖିନେଉ। ଗୁରୁବାର କୃଷ୍ଣଗିରିରେ ଆୟୋଜିତ ହୋଇଥିବା ପୂର୍ବତନ ଦିମ୍ବଗତ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ଜନ୍ମବାର୍ଷିକୀରେ ଯୋଗ ଦେଇ ମୁନୁସାମୀ ଏପରି କହିଛନ୍ତି।
ଏଆଇଏଡିଏମ୍କେ ଉପମହାସଚିବ ମୁନୁସାମୀ ଆହୁରି କହିଥିଲେ ଯେ ଲୋକସଭା ନିର୍ବାଚନରେ ତାମିଲନାଡୁର ପୂର୍ବତନ ଅଧ୍ୟକ୍ଷ ଏଲ୍ ମୁରୁଗନଙ୍କୁ ଲଢ଼େଇବା ପାଇଁ ବିଜେପି ତୃଣମୂଳ ସ୍ତରରେ ସମସ୍ତ କାର୍ଯ୍ୟ କରୁଥିଲେ। କିନ୍ତୁ ଦଳ ହଠାତ୍ ଏହାର ବିପରୀତ ନିଷ୍ପତ୍ତି ନେଇ ତାଙ୍କୁ ମଧ୍ୟପ୍ରଦେଶର ରାଜ୍ୟସଭା ପ୍ରାର୍ଥୀ କରିଦେଲା। କାରଣ ବିଜେପି ଜାଣିଥିଲେ ଯେ ସେ ଏଠାରୁ ନିର୍ବାଚନ ଲଢ଼ିପାରି ନଥାନ୍ତେ। ତେଣୁ ତାଙ୍କୁ ଅନ୍ୟ ରାଜ୍ୟରୁ ରାଜ୍ୟସଭାକୁ ପଠାଇଲା ବୋଲି ମୁନୁସ୍ୱାମୀ ଅଭିଯୋଗ କରିଛନ୍ତି।
ଏଆଇଏଡିଏମ୍କେ ବରିଷ୍ଠ ନେତା ମୁନୁସାମୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ରାଜ୍ୟ ବିଜେପି ମୁକ୍ୟ କେ ଆନ୍ନାମଲାଇଙ୍କୁ ଚ୍ୟାଲେଞ୍ଜ୍ ଦେଇ କହିଛନ୍ତି ଯେ ସୀତାରମଣ ଓ ଜୟଶଙ୍କର ତାମିଲନାଡୁ ସହ ଘନିଷ୍ଠ ସମ୍ପର୍କ ରହିଛି। ଦୁଇ ନେତାଙ୍କୁ ରାଜ୍ୟରୁ ଯେ କୌଣସି ସ୍ଥାନରୁ ନିର୍ବାଚନ ଲଢ଼େଇ ଦେଖି ନିଅନ୍ତୁ। ତେବେ ଆପଣ ଜାଣିପାରିବେ ଯେ ତାମିଲନାଡୁ ଲୋକ କେମିତି ବିଜେପିକୁ ଶିକ୍ଷା ଦେଉଛନ୍ତି। ଇଏ ଦ୍ରାବିଡ଼ି ମାଟି ବୋଲି ବିଜେପି ନ ଭୁଲିବା ଦରକାର ବୋଲି ମୁନୁସାମୀ କହିଛନ୍ତି।