ରଶ୍ମିକାଙ୍କ ପରେ ‘ପୁଷ୍ପା-୨’ରେ ଏଣ୍ଟ୍ରି କରିବେ ଏହି ସୁନ୍ଦରୀ ଅଭିନେତ୍ରୀ, ଜାଣନ୍ତୁ କେଉଁ କ୍ୟାରେକ୍ଟରରେ ଆସିବେ ନଜର…
9/03/2023 at 4:41 PM

ମୁମ୍ବାଇ ୦୯।୦୩; ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ୍ । ସେ ତାଙ୍କ ଆଗାମୀ ଫିଲ୍ମ ‘ପୁଷ୍ପା-୨’ ପାଇଁ ବେଶ୍ ଚର୍ଚ୍ଚାରେ ରହିଛନ୍ତି । ଅଭିନେତା ପୁଷ୍ପା ଫିଲ୍ମ ସହିତ ପ୍ୟାନ୍ ଇଣ୍ଡିଆ ଷ୍ଟାର ହୋଇଯାଇଛନ୍ତି । ଆଜିବି ଫିଲ୍ମର ଡାଇଲଗ୍ ଏବଂ ଗୀତ ଦର୍ଶକଙ୍କ ମନରେ ଘର କରି ରହିଛି । ଦେଖିବାକୁ ଗଲେ ଏହି ଫିଲ୍ମଟି ରିଲିଜ୍ ହେବା ପରେ ଜୋରଦାର କଲେକ୍ସନ କରିଥିଲା । ବର୍ତ୍ତମାନ ଫ୍ୟାନ୍ସ ଫିଲ୍ମର ଦ୍ବିତୀୟ ଭାଗକୁ ଅପେକ୍ଷା କରି ରହିଛନ୍ତି । ଏବେ ଫିଲ୍ମକୁ ନେଇ ଆସିଛି ଆଉ ଏକ ଅପଡେଟ୍ । ଫିଲ୍ମରେ ରଶ୍ମିକା ମନ୍ଦନାଙ୍କ ବ୍ୟତୀତ ଦେଖିବାକୁ ମିଳିବେ ଆଉ ଜଣେ ସାଉଥ୍ ସୁନ୍ଦରୀ ।
ଏକ ରିପୋର୍ଟ ଅନୁଯାୟୀ, ସାଇ ପଲ୍ଲଭୀ ଏହି ଫିଲ୍ମରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ରଶ୍ମିକା ମନ୍ଦନାଙ୍କ ବ୍ୟତୀତ ତାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ମଧ୍ୟ ଏହି ଫିଲ୍ମରେ ଦେଖିବାକୁ ମିଳିବ । ଏହି ଫିଲ୍ମରେ ତାଙ୍କର ଏକ କେମିଓ ରୋଲରେ ଦେଖିବାକୁ ମିଳିବ । ତେବେ ସେ ଏକ ସପ୍ତାହ ମଧ୍ୟରେ ଫିଲ୍ମର ସୁଟିଂ ଶେଷ କରିବେ ବୋଲି ଖବର ରହିଛି ।
ଅନ୍ୟପଟେ ‘ପୁଷ୍ପା-୨’ରେ ସାଇ ପଲ୍ଲଭି ଭୂମିକାକୁ ନେଇ ନିର୍ମାତାମାନେ କୌଣସି ସରକାରୀ ଘୋଷଣା କରିନାହାଁନ୍ତି । କିନ୍ତୁ ଏହି ଖବର ଅଭିନେତ୍ରୀଙ୍କ ଫ୍ୟାନ୍ସଙ୍କୁ ବେଶ୍ ଉତ୍ସାହିତ କରିଛି । ତେବେ କୁହାଯାଉଛି କି ଏହି ଅଫର୍ ସମନ୍ଥା ରୁଥ ପ୍ରଭୁଙ୍କୁ କରାଯାଇଥିଲା । କିନ୍ତୁ ଏହି ଅଫରକୁ ପ୍ରତ୍ୟାଖ୍ୟାନ କରିଥିଲେ ସମନ୍ଥା ।
ଅଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦନାଙ୍କ ଫିଲ୍ମ ‘ପୁଷ୍ପା ୨’ ବିଷୟରେ ଅନେକ ଗୁଜବ ଶୁଣିବାକୁ ମିଳୁଛି । ଏହି ଫିଲ୍ମକୁ ସୁକୁମାର ନିର୍ଦ୍ଦେଶନା ଦେଉଛନ୍ତି ଏବଂ ଏଥର ବି ସେ ଫିଲ୍ମରେ କୌଣସି ଖାଲି ଛାଡିବାକୁ ଚାହୁଁନାହାନ୍ତି । ‘ପୁଷ୍ପା’ର ସଫଳତା ପରେ’ ପୁଷ୍ପା ୨’କୁ ଅଧିକ ସଫଳ କରିବା ପାଇଁ ସେ କୌଣସି ରାସ୍ତା ଛାଡୁନାହାନ୍ତି ।