୨୧ ବର୍ଷରେ କେମିତି ଦେଖାଯାଉଥିଲେ ଭଗବାନ ରାମ: AI ଜାରି କଲା ଫଟୋ
14/04/2023 at 11:21 AM

ନୂଆଦିଲ୍ଲୀ ୧୪/୦୪: ଭଗବାନ ଶ୍ରୀରାମ । କେବଳ ନାମ ହିଁ କାଫି । କାରଣ ସେ ହେଉଛନ୍ତି ମର୍ଯ୍ୟାଦାପୁରୁଷୋତ୍ତମ । ତାଙ୍କ ଜୀବନୀକୁ ନେଇ ରହିଛି ଅନେକ ଗାଥା । ହେଲେ କେବେ ଭାବିଛନ୍ତି ଭଗବାନ ଶ୍ରୀରାମ ତାଙ୍କ ଯୁବାବସ୍ଥାରେ କେମିତି ଦେଖାଯାଉଥିବେ । କେମିତି ଥିଲେ ତାଙ୍କ ରୂପ ରଙ୍ଗ। ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ତାଙ୍କ ଯୁବାବସ୍ଥାର ଫଟୋ ।
ଭଗବାନ ଶ୍ରୀରାମଙ୍କ ୨୧ ବର୍ଷ ବୟସର ଫଟୋ । ଅର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI ଜାରି କରିଛି ୨ଟି ଫଟୋ । AI ଜାରି କରିଥିବା ରାମଙ୍କ ଦୁଇଟି ଫଟୋ ସୋସିଆଲ ମିଡିଆ ରେ ଖୁବ୍ ଭାଇରାଲ ହେଉଛି । ଗୋଟିଏରେ ଭଗବାନ ରାମ ସ୍ମିତ ହାସ୍ୟ ଦେଉଥିବାବେଳେ ଅନ୍ୟ ଏକ ଫଟୋରେ ରାମଙ୍କ ସୁନ୍ଦର ଫଟୋ ଦେଖିବାକୁ ମିଳୁଛି । ଯାହାକି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଫଟୋଟିକୁ ସାଧାରଣ ଲୋକମାନେ ବେଶ୍ ପସନ୍ଦ ମଧ୍ୟ କରୁଥିବା ଦେଖିବାକୁ ମିଳିଛି ।
ସୂଚନା ଥାଉକି, AI ଜାରି କରିଥିବା ଫଟୋରେ ଭଗବାନ ଶ୍ରୀରାମ ୨୧ ବର୍ଷ ବୟସରେ ଏମିତି ଦିଶୁଥିଲେ ବୋଲି କୁହାଯାଇଛି । ରାମଙ୍କର ଦୁଇଟିଯାକ ଫଟୋ ଖୁବ୍ ସୁନ୍ଦର ହୋଇଛି । ଯାହାକି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭଗବାନ ରାମଙ୍କ ଫଟୋକୁ ନେଇ କିଛି ଲୋକ ପ୍ରତିକ୍ରିୟା ରଖିଛନ୍ତି । ଲୋକଙ୍କ କହିବା ଅନୁସାରେ ରାମଚରିତମାନସ, ବାଲ୍ମିକୀ ରାମାୟଣରେ ଦିଆଯାଇଥିବା ତଥ୍ୟ ଅନୁସାରେ ଏହା ପ୍ରଭୁ ଶ୍ରୀରାମଙ୍କ ଚିତ୍ର ।