krs-728-90-banner (1)
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

UPIରେ ଯୋଡ଼ିହେବ AI, ଭଏସ କମାଣ୍ଡ ଦ୍ବାରା ଆହୁରି ସହଜରେ ହେବ ପେମେଣ୍ଟ

10/08/2023 at 10:23 PM

ନୂଆଦିଲ୍ଲୀ, ୧୦/୦୮: ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ (ଆରବିଆଇ) ୟୁପିଆଇ ସିଷ୍ଟମକୁ ଆହୁରି ବିକଶିତ କରିବା ପାଇଁ ଯୋଜନା କରୁଛି। ଏହି କ୍ରମରେ ୟୁପିଆଇ ପେମେଣ୍ଟରେ କୃତ୍ରିମ ବୁଦ୍ଧିମତା ବା ଏଆଇ (AI) ସାମିଲ୍‌ କରିବାକୁ ଚାହୁଛି। ଗୁରୁବାର RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଆରବିଆଇର ମୌଦ୍ରିକ ନୀତି ବୈଠକ (MPC) ପରେ UPIକୁ ନେଇ ରହିଥିବା ଯୋଜନା ବିଷୟରେ କହିଛନ୍ତି।

ସେ କହିଛନ୍ତି ଏଆଇ ଦ୍ବାରା ୟୁପିଆଇରେ ‘ଭଏସ କମାଣ୍ଡ’ ସୁବିଧା ଆଣିବାକୁ ଯୋଜନା ରହିଛି। କୃତ୍ରିମ ବୁଦ୍ଧିମତା୍ର ୟୁପିଆଇ ସିଷ୍ଟମକୁ ଉପଭୋକ୍ତାଙ୍କ ସହ ଯୋଡ଼ିବାରେ ସାହାଯ୍ୟ କରିବ ତଥା ଭଏସ କମାଣ୍ଡ ଦ୍ବାରା ୟୁପିଆଇ ପେମେଣ୍ଟ ପାଇଁ ଗ୍ରାହକଙ୍କୁ ଏକ ଭିନ୍ନ ଅନୁଭବ ଦେବ।

ଆହୁରି ପଢ଼ନ୍ତୁ: ଜାରି ହେଲା ନୂଆ ପଲିସି, ରେପୋ ରେଟ୍‌ ଅପରିବର୍ତ୍ତିତ, RBIର ଦାବି ଭାରତ ହେବ ବିଶ୍ୱର ଅଭିବୃଦ୍ଧି ଇଞ୍ଜିନ

ଆରବିଆଇ ଏହି ଘୋଷଣା ବ୍ୟତୀତ, ସରକାର ଏବଂ ବେସରକାରୀ କ୍ଷେତ୍ରର ଅନ୍ୟ ବ୍ୟାଙ୍କ୍‌ ଡିଜିଟାଲ ବ୍ୟାଙ୍କିଂ ସେବାର ବିସ୍ତାର କରିବା ପାଇଁ ଏଆଇ ଏବଂ ମେସିନ୍‌ ଲର୍ଣ୍ଣିଂ ଟୁଲ୍‌ର ବ୍ୟବହାର କରି ନିଜର ଟେକ୍ନୋଲୋଜୀ ଉପରେ କାମ କରୁଛନ୍ତି ତାହା ବିଷୟରେ ମଧ୍ୟ ସୂଚନା ଦେଇଛି। ଆରବିଆଇ କହିଛି ଭାରତରେ ବ୍ୟାଙ୍କମାନେ ଦ୍ରୁତ ଭାବରେ ନିଜର ପରିଚାଳନାରେ ଏଆଇ ଆଧାରିତ ସେବା ଭଳି ଟେକ୍ନୋଲୋଜୀ ସାମିଲ କରୁଛନ୍ତି । ଚାଟ୍‌ବଟ୍ସର ବ୍ୟବହାର କରୁଛନ୍ତି । ଏଚଡିଏଫସି ବ୍ୟାଙ୍କ ପାଖରେ ଏହାର ନିଜସ୍ବ ଚାଟ୍‌ବଟ୍‌ ରହିଛି। ଏହା ଗ୍ରାହକଙ୍କୁ ଏବଂ ଅଣ ଗ୍ରାହକଙ୍କୁ ଋଣଦାତାଙ୍କ ବ୍ୟାଙ୍କିଂ ସେବା ବିଷୟରେ ସୂଚନା ଦେଇଥାଏ।

ଏହା ସହ ଆରବିଆଇ ଗଭର୍ଣ୍ଣର ୟୁପିଆଇ ଲାଇଟ ମାଧ୍ୟମରେ ଟଙ୍କା ପଠାଇବା ସୀମାକୁ ୨୦୦ରୁ ୫୦୦କୁ ବୃଦ୍ଧି ଘୋଷଣା କରିଛନ୍ତି। ୟୁପିଆଇ ଲାଇଟରେ ସର୍ବାଧିକ ୨୦୦୦ ଟଙ୍କା ରଖିପାରିବା ସୁବିଧା ରହିଛି। ୟୁପିଆଇ ଲାଇଟ୍‌ ଓ୍ବାଲେଟ ଭଳି କାମ କରିଥାଏ।

   Related Posts