ଘଟଗାଁ ୨୪।୨: କେନ୍ଦୁଝର ଜିଲ୍ଲାର ବିଭିନ୍ନ ମାଟ୍ରିକ୍ ପରୀକ୍ଷା କେନ୍ଦ୍ରରେ କପି ହେଉଥିବା ଏଆଇ କ୍ୟାମେରାରୁ ଜଣାପଡିଛି । ଏଭଳି ତଥ୍ୟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ନେଇ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ କେନ୍ଦ୍ରର ୬ ଅଧିକ୍ଷକ ଓ ପର୍ଯ୍ୟବେକ୍ଷକଙ୍କୁ ବଦଳି କରାଯାଇଥିବା ବେଳେ ସେଥିମଧ୍ୟରୁ ଘଟଗାଁ ବ୍ଲକ ତିନୋଟି ପରୀକ୍ଷା କେନ୍ଦ୍ରର ଅଧିକ୍ଷକ ଓ ପର୍ଯ୍ୟବେକ୍ଷକଙ୍କୁ ବଦଳି କରାଯାଇଛି ।
{"id":913147,"sizeSlug":"full","linkDestination":"none"}
ପରୀକ୍ଷା କେନ୍ଦ୍ରରେ ଅନିୟମିତତା ଓ ସୁପରିଚାଳନା ହେଉ ନଥିବାରୁ ଏନ୍.କେ. ହାଇସ୍କୁଲ ବାରାହଟିପୁରା ପର୍ଯ୍ୟବେକ୍ଷକଙ୍କୁ ବଦଳି କରାଯାଇ ତାଙ୍କ ସ୍ଥାନରେ ହଳଧରପୁର ହାଇସ୍କୁଲର କୁଅଁର ସିଂ ମୁଣ୍ଡାଙ୍କୁ ଦାୟିତ୍ଵ ଦିଆଯାଇଛି ।
ସେହିପରି ଘଟଗାଁ ତାରିଣୀ ହାଇସ୍କୁଲ ପରୀକ୍ଷା କେନ୍ଦ୍ର ଅଧିକ୍ଷକଙ୍କୁ ବଳଦି କରାଯାଇ ବାରାହଟିପୁରା ହାଇସ୍କୁଲ ପ୍ରଧାନ ଶିକ୍ଷକକୁ ଦାୟିତ୍ୱ ଦିଆଯାଇଛି । ଦେହୁରୀପଶି ହାଇସ୍କୁଲ ପର୍ଯ୍ୟବେକ୍ଷକଙ୍କୁ ବଦଳି କରାଯାଇ ତାଙ୍କ ସ୍ଥାନରେ ଘଟଗାଁ ହାଇସ୍କୁଲ ସହକାରୀ ଶିକ୍ଷକ ପ୍ରଫୁଲ୍ଲ କୁମାର ପ୍ରଧାନଙ୍କୁ ଦାୟିତ୍ୱ ଦିଆଯାଇଛି ।
You Can Read :
wp:embed {"url":"https://www.prameyanews7.com/union-minister-dharmendra-pradhan-inaugurated-skill-india-centre-at-deogarh/","type":"wp-embed","providerNameSlug":"prameya-news-7"}