Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ନୟାଗଡ: ରାମ ନବମୀ ଯାତ୍ରା ହେଲା ଶେଷଯାତ୍ରା, ଗଛରେ ବାଇକ୍ ପିଟିହେବାରୁ ଚାଲିଗଲା ୩ ଜୀବନ
  • ||
  • ସମ୍ୱଲପୁର: କେନାଲକୁ ଖସିଲା ବରଯାତ୍ରୀ ଗାଡ଼ି, ଚାଲିଗଲା ୬ ଜଣକ ଜୀବନ
  • ||

ପୂର୍ବତନ ମନ୍ତ୍ରୀ କନକବର୍ଦ୍ଧନ ସିଂଦେଓଙ୍କ ଅହୋରାତ୍ର ଆନ୍ଦୋଳନ, ୨୪ ଘଣ୍ଟା ପରେ ଆନ୍ଦୋଳନସ୍ଥଳକୁ ଗଲେ ବଲାଙ୍ଗୀର ଏସପି

7/02/2023 at 10:53 PM

ବଲାଙ୍ଗିର: ବଢିଛି ଚୋରି,  ଦିନ ଦ୍ଵିପହରେ ଡକାୟତି ସହ ହେଉଛି  ଲୁଟ୍।  ଘରେ ପଶି ଆକ୍ରମଣ ଗୁଣ୍ଡାଗର୍ଦ୍ଦି କରି ହତ୍ୟା ମଧ୍ୟ କରୁଛନ୍ତି ଦୁର୍ବୁତ୍ତ  ।  ଏଭଳି ଘଟଣା ଏବେ ବଲାଙ୍ଗୀର ଜିଲ୍ଲାରେ ନିତିଦିନ ଘଟିଲାଣି। ଯାହାକୁ ନେଇ ଅତିଷ୍ଠ ହେଲେଣି ଜନତାଙ୍କଠୁ ନେଇ ନେତା ଯାଏ। ଆଉ ଏହାର ରିଆକ୍ସନ ଏବେ ଦେଖାଇଛନ୍ତି ବଲାଙ୍ଗୀର ପାଟଣାଗଡ଼ ପୂବର୍ତନ ମନ୍ତ୍ରୀ ତଥା ବିଧାୟକ କନକ ବର୍ଦ୍ଧନ ସିଂ ଦେଓ। ପାଟଣାଗଡ଼ ଥାନାରେ  ଅହୋରାତ୍ର ଆନ୍ଦୋଳନ କରିଛନ୍ତି ପୂର୍ବତନ ବିଜେପି ବିଧାୟକ । ବଲାଙ୍ଗୀର ଏସପି ଆସି ଆଲୋଚନା ନକରିବା ପର୍ଯ୍ୟନ୍ତ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ଦେଇଥିଲେ ଚେତାବନୀ । ୨୪ ଘଣ୍ଟାପରେ ଧାରଣାସ୍ଥଳକୁ ଏସପି ଯାଇ ବୁଝାସୁଝା କରିଛନ୍ତି। ତେବେ କିଛି ସମୟ ଧରି ଏସପିଙ୍କ ସହ ମୁହାଁମୁହିଁ ହୋଇଥିଲେ କନକ। ଅନ୍ୟପଟେ ଆନ୍ଦୋଳନକାରୀ ମହିଳା ଥାନାରେ ପୋଲିସ ସହ ହୋଇଛନ୍ତି ଧସ୍ତାଧସ୍ତି ଓ ପୋଲିସକୁ ଚୁଡି ପିନ୍ଧାଇବା ପାଇଁ ଉଦ୍ୟମ କରିଥିଲେ । 

ପାଟଣାଗଡ଼ ଥାନାରେ  ଦିନରେ ଖରା ଓ ରାତିରେ ଶୀତରେ ଧାରଣା ଦେଲେ ପୂର୍ବତନ ମନ୍ତ୍ରୀ। ତାଙ୍କ ସହ ସମଗ୍ର ଜିଲ୍ଲାରୁ ବିଜେପି ନେତାଠୁ କର୍ମୀ , ଜନତା ଓ ବିଭିନ୍ନ ସଂଗଠନ ହେଲେ ସାମିଲ। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ପରିସରରେ । ଗତକାଲିଠୁ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନାରେ ବସିଥିଲେ ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନସିଂ ଦେଓ। ତାଙ୍କ ସହ ପାଟଣାଗଡ଼ ଜନସାଧାରଣ ଓ ବିଭିନ୍ନ ସଂଗଠନ ସମର୍ଥନ ଦେଇ କରିଥିଲେ ଆନ୍ଦୋଳନ।

ସମଗ୍ର ବଲାଙ୍ଗିର ଜିଲ୍ଲାରେ ଚୋରି, ଡକାୟତି , ଲୁଟ୍, ଦାଦା ବଟି ସହ ଗୁଣ୍ଡାଙ୍କ ପ୍ରାଦୁର୍ଭାବ ବଢିବା, ଘରେ ପଶି ମହିଳା ଶିଶୁଙ୍କୁ ଆକ୍ରମଣ, ଦିନ ଦ୍ଵିପହରେ ଲୋକଙ୍କୁ ଗୁଳି କରିବା, ମରଣାସ୍ତ୍ର ଧରି ବୁଲିବା ଆଦି ଏସବୁ ପୋଲିସ ଜାଣି ଚୁପ ବସିଥିବା ଅଭିଯୋଗ ଆଣିଥିଲେ କନକ । ଖାଲି ସେତିକି ନୁହେଁ ଅପରାଧୀଙ୍କ ସହ ପୋଲିସର ସଲାସୁତୁରା ଥିବା ଭଳି ଅଭିଯୋଗ କରିଛନ୍ତି। ଏହାକୁ ନେଇ ଥାନାରେ ଧାରଣାରେ ବସିବା ସହ ବଲାଙ୍ଗୀର ଏସପି ଆସି ଆଲୋଚନା ନକରିବା ପର୍ଯ୍ୟନ୍ତ ଧାରଣାରୁ ଉଠିବେ ନାହିଁ ବୋଲି ଅଡି ବସିଥିଲେ। ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ।

ସେପଟେ ସମଗ୍ର ଜିଲ୍ଲାରୁ ବିଜେପି ନେତାଙ୍କ ସହ କର୍ମୀ ଏହି ଆନ୍ଦୋଳନରେ ହୋଇଥିଲେ ସାମିଲ। ମହିଳା ମାନେ ହାତରେ ଚୁଡିଧରି ପୋଲିସକୁ ପିନ୍ଧାଇବା କୁ ଉଦ୍ୟମ କରିଥିଲେ। ଫଳରେ ପୋଲିସ ସହ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲା। ଗତକାଲିଠୁ କନକ ବର୍ଦ୍ଧିନସିଂଦେଓ ଥାନାରେ ଧାରଣା ଦେଇଥିଲେ। ବଲାଙ୍ଗୀର ଏସପି ନିତିନ କୁସଲକର ନଆସିବା ପର୍ଯ୍ୟନ୍ତ ଧାରଣାରୁ ଉଠିବେ ନାହିଁ ବୋଲି ଚେତାବନୀ ଦେଇଥିଲେ। ଶେଷରେ ୨୪ଘଣ୍ଟା ପରେ ପାଟଣାଗଡ଼ ଯାଇ ପୂର୍ବତନ ମନ୍ତ୍ରୀ ଏବଂ ଲୋକଙ୍କ ସହ ଆଲୋଚନା କରିଥିଲେ ଏସପି। ତାଙ୍କ ପ୍ରତିଶ୍ରୁତି ପରେ ଧାରଣାରୁ ଓହରିଥିଲେ କନକ ବର୍ଦ୍ଧନସିଂଦେଓଙ୍କ ସହ ଆନ୍ଦୋଳନକାରୀ। ସେପଟେ ପ୍ରଶାସନ ପରେ ପୋଲିସ ସହ ମୁହାଁମୁହିଁ ହେଲେ କନକ ବର୍ଦ୍ଧନ ସିଂଦେଓ ।

   Related Posts