ଅହମ୍ମଦାବାଦ ଟେଷ୍ଟ ଡ୍ର ହେଲେ କ'ଣ WTC ଫାଇନାଲ୍‌ରେ ପହଞ୍ଚିବ ଭାରତ ? ଜାଣନ୍ତୁ ପୂରା ସମୀକରଣ

Published By : Prameya-News7 Bureau | March 04, 2023 IST

ନୂଆଦିଲ୍ଲୀ: ଇନ୍ଦୋର ଟେଷ୍ଟରେ ଭାରତୀୟ ଦଳ ଭ୍ରମଣକାରୀ ଅଷ୍ଟ୍ରେଲିଆ ହାତରୁ  ୯ ଓ୍ଵିକେଟ୍‌ରେ ଶୋଚନୀୟ ପରାଜୟ ଭୋଗିଛି। ମାତ୍ର ଦୁଇ ଦିନ ଏବଂ ଗୋଟିଏ ସେସନରେ ମ୍ୟାଚ୍ ସରିଥିଲା। ପରାଜୟ ପରେ ବି ଭାରତ ଚାରି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାରେ ୨-୧ରେ ଆଗୁଆ ରହିଛି। ଶେଷ ମୁକାବିଲା ମାର୍ଚ୍ଚ ୯ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରରେ ଖେଳାଯିବ।

ଅଷ୍ଟ୍ରେଲିଆ ଦଳ ଦମଦାର ପ୍ରଦର୍ଶନ କରି ବିଶ୍ଵ ଟେଷ୍ଟ ଚାମ୍ପିଅନସିପର ଫାଇନାଲ୍‌ରେ ନିଜର ସ୍ଥାନ ସୁନିଶ୍ଚିତ କରି ସାରିଛି। ଅନ୍ୟପଟେ ପରାଜୟ ଯୋଗୁଁ ଭାରତର ବିଶ୍ଵ ଟେଷ୍ଟ ଚାମ୍ପିଅନସିପର ଫାଇନାଲ୍‌ରେ ପହଞ୍ଚିବାରେ ବିଳମ୍ବ ଘଟିଛି। ଏବେ ଭାରତୀୟ ଦଳକୁ ଫାଇନାଲ୍‌ରେ ପହଞ୍ଚିବା ପାଇଁ ହେଲେ ଅହମ୍ମଦାବାଦ ଟେଷ୍ଟ ଜିତିବା ବହୁତ ଜରୁରୀ।ଯଦି ଭାରତ ଚତୁର୍ଥ ଟେଷ୍ଟରେ ବିଜୟୀ ହୁଏ ତେବେ ଦଳ ଫାଇନାଲ୍‌ରେ ନିଜର ସ୍ଥାନ ସୁନିଶ୍ଚିତ କରିବ।

wp:html /wp:html

ଯଦି ଶେଷ ଟେଷ୍ଟ ଡ୍ର ରହେ ତେବେ କଣ ଭାରତ ଫାଇନାଲ୍‌ରେ ପହଞ୍ଚି ପାରିବ ? ଏ ପ୍ରଶ୍ନ ବି ପ୍ରଶଂସକଙ୍କ ମନରେ ଉଙ୍କି ମାରୁଛି। ଡ୍ର ରହିଲେ ଭାରତ ପାଇଁ ମୁସ୍କିଲ ପରିସ୍ଥିତି ସୃଷ୍ଟି ହୋଇପାରେ। ଏମିତି ସ୍ଥିତିରେ ଶ୍ରୀଲଙ୍କା ପାଇଁ ଫାଇନାଲ୍‌ରେ ପ୍ରବେଶ ଦ୍ଵାରା ଖୋଲି ଯାଇପାରେ। ପଡୋଶୀ ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ୨-୦ରେ ଜିତି ଫାଇନାଲ୍‌ରେ ପହଞ୍ଚି ପାରିବ।

ବଡ କଥା ଅହମ୍ମଦାବାଦ ଟେଷ୍ଟ ଯଦି ଡ୍ର ହୁଏ କିମ୍ବା ଅଷ୍ଟ୍ରେଲିଆ ବିଜୟ ହାସଲ କରେ, ତେବେ ବି ଭାରତୀୟ ଦଳ ଫାଇନାଲ୍‌ରେ ପହଞ୍ଚି ପାରିବ। ଏଥିପାଇଁ ଭାରତକୁ ପ୍ରାର୍ଥନା କରିବାକୁ ପଡିବ ଯେ, ନ୍ୟୁଜିଲାଣ୍ଡ ଦଳ ଶ୍ରୀଲଙ୍କା ବିପକ୍ଷରେ ଅତି କମରେ ଗୋଟିଏ ବିଜୟ କିମ୍ବା ଗୋଟିଏ ଡ୍ର କରିବାକୁ ପଡିବ। ଏମିତି ହେଲେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ୍ ମୁକାବିଲା ହୋଇ ପାରିବ। ଏମିତିରେ ନ୍ୟୁଜିଲାଣ୍ଡକୁ ତାରି ଘରେ ଦୁଇଟି ମ୍ୟାଚ୍ ହରାଇବା ଶ୍ରୀଲଙ୍କା ପକ୍ଷେ ମୁସ୍କିଲ ହେବ। ଶ୍ରୀଲଙ୍କା ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମାର୍ଚ୍ଚ ୯ରୁ ଆରମ୍ଭ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.