ଅହମଦାବାଦରେ ବୋମା ବିସ୍ଫୋରଣ ଧମକ୍: ପୁଲିସର ସର୍ଚ୍ଚ ଅପରେସନ ଆରମ୍ଭ
25/01/2023 at 10:50 PM

ଅହମଦାବାଦ: ଆସନ୍ତାକାଲି ଗଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ମିଳିଲା ବୋମା ବିସ୍ଫୋରଣର ଧମକ। ଗୁଜରାଟ ଅହମଦାବାଦ ପୁଲିସକୁ ବୋମ ବିସ୍ଫୋରଣ ଧମକ ମିଳିଛି। ଅହମଦାବାଦ ରେଳ ଷ୍ଟେସନ୍ରେ ବୋମା ବିସ୍ଫୋରଣ ହେବ ବୋଲି ଏକ ଚିଠିରେ ଧମକ ଦିଆଯାଇଛି।
ଚିଠିରେ କାଲୁପୁର ରେଳ ଷ୍ଟେସନ ଓ ଅହମଦାବାଦର ସବୁଠାରୁ ବଡ଼ ବସ୍ ଷ୍ଟେସନ୍ ଗୀତା ମନ୍ଦୀର ଠାରେ ବିସ୍ଫୋରଣ କରାଯିବ ବୋଲି ଧମକପୂର୍ଣ୍ଣ ଚିଠି ମିଳିଛି ବୋଲି ଅହମଦାବାଦ ପୁଲିସ ସୂଚନା ଦେଇଛି। ଧମକପୂର୍ଣ୍ଣ ଚିଠି ପାଇବା ପରେ ତୁରନ୍ତ ତ୍ତପର ହୋଇଛି ଅହମଦାବାଦ ପୁଲିସ୍। ୮ଟି ଟିମ୍ ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଛି। ଚିଠି ପଠାଇବା ବ୍ୟକ୍ତିକୁ ଖୋଜିବା ସହ ବୋମ୍ ରଖାଯାଇଥିବା ସ୍ଥାନରେ ପୁଲିସ ସର୍ଚ୍ଚ ଅପରେସନ ଆରମ୍ଭ କରିଦେଇଛି।
ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଅହମଦାବାଦ ପୁଲିସ କମିଶନର ଅଫିସ୍କୁ ଏହି ଧମକପୂର୍ଣ୍ଣ ଚିଠି ଆସିଛି। ଏହି ଚିଠିରେ କିଛି ନମ୍ବର ବି ଲେଖାଯାଇଛି। ଅହମଦାବାଦ ରେଳ ଷ୍ଟେସନ୍ ସହ ଗୀତ ମନ୍ଦିର ବସ୍ ଷ୍ଟେସନ୍ ଓ ଅନ୍ୟ ଦୁଇଟି ସ୍ଥାନରେ ବୋମ ରଖାଯାଇଥିବା ଚିଠିରେ ଧମକ ଦିଆଯାଇଛି।