କଟକ ସଦର ବ୍ଲକରେ ପରିକ୍ରମା କଲା ଅହିଂସା ରଥ; ବିଭିନ୍ନ ଅଞ୍ଚଳ ଦେଇ ଗାନ୍ଧୀ ସ୍ମୃତି ପୀଠରେ ପହଞ୍ଚିବ

Published By : Prameya-News7 Bureau | September 28, 2022 IST

ସାଲେପୁର ୨୮/୦୯: ବୁଧବାର ୨ଟି ଅହିଂସା ରଥକୁ କଟକ ସଦର ବିଡିଓ ରାଜୀବ ଲୋଚନ ପରିଡ଼ା ଓ କଟକ ସଦର ବ୍ଲକ ଅଧୀନସ୍ତ ବିଭିନ୍ନ ପଞ୍ଚାୟତ ପ୍ରତିନିଧି ଏବଂ ଏସଏଚଜି ମହିଳାମାନେ ଉପସ୍ଥିତ ରହି କଟକ ସଦର ବ୍ଲକ ଅନ୍ତର୍ଗତ କନ୍ଧରପୁର ପଞ୍ଚାୟତ କଇଜଙ୍ଗାରୁ ସ୍ୱାଗତ କରିଥିଲେ। ଏହି ରଥ କନ୍ଧରପୁର, ଫକିରପଡା, ବିରିବାଟି, ପଟଣା ଦେଇ ତେଲେଙ୍ଗାପେଣ୍ଠରେ ଥିବା ଗାନ୍ଧି ସ୍ମୃତି ପିଠରେ ପହଞ୍ଚିବ। ସେଠାରେ ଅହିଂସା ରଥକୁ ଭବ୍ୟ ସ୍ୱାଗତ କରାଯିବ ବୋଲି ସଦର ବିଡିଓ କହିଛନ୍ତି।

ଦେଶର ୭୫ ବର୍ଷ ସ୍ଵାଧୀନତା ପୂର୍ତ୍ତି ଅବସରରେ ଜାତିର ପିତା ମହାତ୍ମା ଗାନ୍ଧୀ ଅହିଂସା ପଥରେ ରହି ଇଂରେଜ ହୁକୁମତରୁ ଭାରତକୁ ସ୍ଵାଧୀନ କରିଥିଲେ। ମହାତ୍ମା ଗାନ୍ଧୀଙ୍କ ଅହିଂସା ବାର୍ତ୍ତାକୁ ସମାଜର ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ସରକାର ସାରା ଓଡ଼ିଶାରେ ଅହିଂସା ରଥ ପରିକ୍ରମା କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.