୮ରେ ଆନନ୍ଦପୁରରେ ପହଞ୍ଚିବ ଅହିଂସା ରଥ, ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର
6/09/2022 at 1:57 PM

ଆନନ୍ଦପୁର ୦୬।୦୯: ଆସନ୍ତା ୮ ତାରିଖରେ ଆନନ୍ଦପୁରରେ ପହଞ୍ଚିବ ଅହିଂସା ରଥ । ଏଥିନେଇ ଉପଖଣ୍ଡ ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ରଥକୁ କିପରି ସ୍ବାଗତ ହେବ, ଉପଖଣ୍ଡର ତିନୋଟି ବ୍ଲକ୍ ତଥା ପୌରାଞ୍ଚଳଲୋକଙ୍କ ନିକଟରେ କିପରି ରଥ ପହଁଞ୍ଚାଯିବ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ମିଟିଂ ହଲରେ ପୂର୍ବପ୍ରସ୍ତୁତି ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି ।
ଉପଜିଲ୍ଲାପାଳଙ୍କ ଅଧକ୍ଷତାରେ ଆୟୋଜିତ ଏହି ବୈଠକରେ ଉପଖଣ୍ଡର ତିନୋଟି ବ୍ଲକର ବିଡିଓ ଏବଂ ତହସିଲଦାର ସମେତ ପୋଲିସ୍ ଅଧିକାରୀ ଓ ବିଭିନ୍ନ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ । ରଥ ପ୍ରଥମେ ଘଷିପୁରା ବ୍ଲକ୍ , ପରେ ପରେ ଆନନ୍ଦପୁର ମ୍ୟୁନିସିପାଲିଟି , ହାଟଡିହି ବ୍ଲକ୍ ଓ ଶେଷରେ ଆନନ୍ଦପୁର ବ୍ଲକ୍ ଦେଇ ମୟୁରଭଞ୍ଜ ଯିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି ।
Related Posts
ଗାଡି ପଛରେ ହନୁମାନଙ୍କୁ ବାନ୍ଧିନେଲେ, ଭାଇରାଲ ହେଲା ଭିଡିଓ
31 January 2023
ନବ ଦାସ ହତ୍ୟା ମାମଲା, ଗୋପାଳ ଦାସଙ୍କ ଘରେ କ୍ରାଇମବ୍ରାଞ୍ଚ ଟିମ୍
31 January 2023
ଆସିଲା ନବ ଦାସଙ୍କ ପୋଷ୍ଟମୋର୍ଟମ ରିପୋର୍ଟ, ଫିଟିପାରେ ଅନେକ ରହସ୍ୟ
31 January 2023