ସମ୍ ହସ୍ପିଟାଲ୍ ପରିସରରେ ପ୍ରଦର୍ଶିତ ହେଲା ଅହିଂସା ରଥ, କର୍ମଚାରୀଙ୍କ ସମେତ ରୋଗୀ ଦେଖିଲେ ଗାନ୍ଧୀଙ୍କ ବାର୍ତ୍ତାର ଭିଡିଓ

Published By : Prameya-News7 Bureau | August 16, 2022 IST

ଭୁବନେଶ୍ୱର, ୧୬/୦୮: ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆରମ୍ଭ ହେଲା ଅହିଂସା ରଥ । ମହାତ୍ମାଗାନ୍ଧୀଙ୍କ ବାର୍ତ୍ତା ସହ ବହୁ ସ୍ୱାଧୀନତା ସଂଗ୍ରାମୀଙ୍କ ମହାନ ଅବଦାନ ସମ୍ପର୍କରେ ସୂଚନା ପ୍ରଦାନ କରୁଥିବା ତଥା ସାରା ରାଜ୍ୟରେ ପରିକ୍ରମା କରିବାକୁ ଥିବା ଭ୍ରାମ୍ୟମାଣ ଓ ଭିଡିଓ ରଥ ‘ଅହିଂସା ରଥ‘ର ଶୁଭାରମ୍ଭ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କରିଛନ୍ତି । ଏହି ଅହିଂସା ରଥଟି ସୋଆ ପରିଚାଳିତ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପରିସରରେ ମଧ୍ୟ ପହଂଚିଥିଲା । ଛାତ୍ରଛାତ୍ରୀ, ଡାକ୍ତର, ନର୍ସ ଏବଂ ହସ୍ପିଟାଲ୍‌ର କର୍ମକର୍ତ୍ତାଙ୍କ ସମେତ ଏଠାକୁ ଆସିଥିବା ରୋଗୀ ଏବଂ ତାଙ୍କ ସମ୍ପର୍କୀୟମାନେ ମଧ୍ୟ ଏହି ଭିଡିଓକୁ ଦେଖିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.