ବିନିକାରେ ଅହିଂସା ରଥକୁ ବିପୁଳ ସ୍ୱାଗତ, ସ୍ଵାଗତ ସମ୍ବର୍ଦ୍ଧନା ଦେଲେ ସ୍ୱେଚ୍ଛାସେବୀ ଓ ଛାତ୍ରଛାତ୍ରୀ

Published By : Prameya-News7 Bureau | August 29, 2022 IST

ସୁବର୍ଣ୍ଣପୁର ୨୯/୦୮: ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଶ୍ରୀକ୍ଷେତ୍ର ପୁରୀରୁ ବାହାରିଥିବା ଅହିଂସା ରଥକୁ ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ ବିପୁଳ ସମ୍ୱର୍ଦ୍ଧନା ଦିଆଯାଇଥିଲା ।

ସହର ସମେତ ବ୍ଳକ ଅଞ୍ଚଳର ସ୍ଵାଧୀନତା ସଂଗ୍ରାମୀ ଅଇଁଲାମୁଣ୍ଡା, ସିନ୍ଦୂରପୁର ୫ଟି ସ୍କୁଲ, ସ୍ବାଧିନତା ସଂଗ୍ରାମୀ ସେଲେଡି,ଲୋକକଳା କର୍ତଙ୍ଗ ଗ୍ରାମ ପରିକ୍ରମା ବେଳେ ଲୋକ ପ୍ରତିନିଧି,ବ୍ଳକ ଓ ଏନଏସି ପ୍ରଶାସନ,ଅଞ୍ଚଳର ସଚେତନ ନାଗରିକ, ଶିକ୍ଷାପ୍ରେମୀ,ସ୍ବେଚ୍ଛାସେବୀ ସଂଗଠନ,ଛାତ୍ରଛାତ୍ରୀଙ୍କ ପକ୍ଷରୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।

ସ୍ଥାନୀୟ କଲେଜ ଛକ ଠାରୁ ରଥକୁ ଏକ ଶୋଭାଯାତ୍ରାରେ ନିକଟସ୍ଥ ଟାଉନହଲକୁ ପାଛୋଟି ଅଣାଯାଇଥିଲା । ସେଠାରେ ରଥକୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦେବାପରେ ଏକ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.