ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଫିଲ୍ମରେ ଆକ୍ସନ ସିନ୍ ଶୁଟିଂ କଲା ବେଳେ ଆହତ ହେଲେ ଅକ୍ଷୟ କୁମାର
  • ||
  • ଅମ୍ରିତପାଲକୁ ଘରେ ଲୁଚାଇ ରଖିଥିବା ମହିଳା ବଲଜିତ କୌର ହରିଆଣାରୁ ଗିରଫ, ବଲଜିତ କହିଲା, ପଗଡ଼ି ପିନ୍ଧୁନି ଅମ୍ରିତପାଲ, ବଦଳାଇଛି ରୂପ
  • ||
  • ସିବିଆଇ ତଦନ୍ତ ପାଇଁ ୯ ରାଜ୍ୟ ପ୍ରତ୍ୟାହାର କରିଛନ୍ତି ଜେନେରାଲ୍ କନସେଣ୍ଟ: ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ସୂଚନା
  • ||
  • ଦିଲ୍ଲୀ ହିଂସା ୨୦୨୦: ଆପ୍‌ ନେତା ତାହିର ହୁସେନ୍‌ଙ୍କ ସମେତ ୧୦ ଜଣଙ୍କ ନାଁରେ ଅଭିଯୋଗ ସ୍ଥିର କଲେ କୋର୍ଟ
  • ||
  • ନୂଆଦିଲ୍ଲୀ: ମହାରାଷ୍ଟ୍ର, ଗୁଜରାଟ, କେରଳ, କର୍ଣ୍ଣାଟକ, ତାମିଲନାଡୁ, ଦିଲ୍ଲୀ, ହିମାଚଳ ପ୍ରଦେଶ ଏବଂ ରାଜସ୍ଥାନରେ ସବୁଠୁ ଅଧିକ କରୋନା ମାମଲା ଚିହ୍ନଟ ହେଉଛି
  • ||
  • ନୂଆଦିଲ୍ଲୀ:‘କରୋନା ଏବେ ବି ଶେଷ ହୋଇ ନାହିଁ’, ଦେଶର ୮ ରାଜ୍ୟରେ ଚିହ୍ନଟ ହେଉଛି ଅଧିକ ମାମଲା ସୂଚନା ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ
  • ||
  • ରାଉରକେଲା : ଡିଭାଇଡର୍‌ରେ ପିଟିହେଲା ବାଇକ୍, ୨ ଯୁବକଙ୍କ ମୃତ୍ୟୁ
  • ||
  • ଭୁବନେଶ୍ବର : ତୃଣମୂଳସ୍ତରରୁ ସଙ୍ଗଠନକୁ ସୁଦୃଢ଼ କରିବା ସହ ବିଜେଡ଼ିର ବିକଳ୍ପ ହେବ ଦଳ : ସମୀର ମହାନ୍ତି
  • ||
  • ନୂଆପଡା : ନୂଆପଡାରେ ଥମୁନି ବାଘ ଆତଙ୍କ, ବାଛୁରୀକୁ ମାରି ଖାଇଲା କଲରାପତରିଆ
  • ||
  • ଭୁବନେଶ୍ବର : ସ୍ପେଶାଲ ସ୍କ୍ବାଡ୍ ପଞ୍ଝାରେ ୩ ଡକାୟତ, ଘରେ କେହି ନଥିବା ବେଳେ କରୁଥିଲେ ଲୁଟ୍
  • ||

ଅହମ୍ମଦାବାଦରେ ଚତୁର୍ଥ ଟେଷ୍ଟ ପୂର୍ବରୁ ନୂଆ ଡ୍ରାମା, ୨ଟି ପିଚ୍‌କୁ ନେଇ ଉଠିଲା ଅନେକ ପ୍ରଶ୍ନ ?

7/03/2023 at 4:01 PM

ଅହମ୍ମଦାବାଦ: ଆସନ୍ତା ୯ ତାରିଖରୁ ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ତଥା ନିର୍ଣ୍ଣାୟକ ମୁକାବିଲା ଅହମ୍ମଦାବାଦର ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ। ତେବେ ଏ ପର୍ଯ୍ୟନ୍ତ ସବୁଠୁ ଅଧିକ ଚର୍ଚ୍ଚା ପିଚ୍‌କୁ ନେଇ  ହେଉଛି। ସେ ନାଗପୁର ହେଉ ଅବା ଦିଲ୍ଲୀ କିମ୍ବା ଇନ୍ଦୋର ସବୁଠି ପିଚ୍‌କୁ ନେଇ ବିତର୍କର ବିଷୟ ପାଲଟିଛି। ମାତ୍ର ଏବେ ଅହମ୍ମଦାବାଦରେ ଏକ ନୂତନ ଡ୍ରାମା ଦେଖିବାକୁ ମିଳିଛି। ମାର୍ଚ୍ଚ ୭ ତାରିଖ ସକାଳେ ଦୁନିଆର ସବୁଠୁ ବଡ କ୍ରିକେଟ୍‌ ଷ୍ଟାଡିୟମରେ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି। ପଡିଆରେ ଦୁଇଟି ପିଚ୍‌ କଭର ହୋଇଥିବା ଦେଖିବାକୁ ମିଳିଛି।

ଉଲ୍ଲେଖଯୋଗ୍ୟ, ଶୃଙ୍ଖଳାର ପ୍ରଥମ ଦୁଇଟି ମ୍ୟାଚ୍‌ ଭାରତ ଜିତିଥିବା ବେଳେ ଇନ୍ଦୋର ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ପରାଜିତ ହୋଇଛି। ଇନ୍ଦୋର ପିଚ୍‌କୁ ଆଇସିସି ନିମ୍ନମାନର ଦର୍ଶାଇ ୩ ନକରାତ୍ମକ ପଏଣ୍ଟ ଦେଇଛି। ଆଇସିସିର ଏହି  ରେଟିଂ ଏବଂ ସମାଲୋଚନା ଯୋଗୁଁ ଅହମ୍ମଦାବାଦରେ ଢକା ଯାଇଥିବା ଦୁଇଟି ପିଚ୍‌କୁ ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। ସାମାଜିକ ଗଣମାଧ୍ୟମରେ ଭାରତ ବ୍ୟତୀତ ଅଷ୍ଟ୍ରେଲିଆର ସାମ୍ବାଦିକ ଯେଉଁ ଚିତ୍ର ସେୟାର କରିଛନ୍ତି, ସେଥିରେ ଦୁଇଟି ପିଚ୍ ଢକା ଯାଇଥିବା ଦେଖିବାକୁ ମିଳିଛି। ମାତ୍ର କେଉଁ ପିଚ୍‌ରେ ହାଇଭୋଲଟେଜ୍ ମୁକାବିଲା ଖେଳାଯିବ ତାହା ସ୍ପଷ୍ଟ ହୋଇ ନାହିଁ।

ଏ ଖବର ପଢନ୍ତୁ- ଅଶ୍ଵିନଙ୍କ ଟାର୍ଗେଟ୍‌ରେ ଅନିଲ କୁମ୍ବଲେଙ୍କ ମହାରେକର୍ଡ, କ’ଣ ଅହମ୍ମଦାବାଦରେ ରଚିବେ ଇତିହାସ ?

କଣ କ୍ୟୁରେଟର ଦୁଇଟି ପିଚ୍ ପ୍ରସ୍ତୁତ କରିଛନ୍ତି ? କଣ ଏ ପର୍ଯ୍ୟନ୍ତ କେଉଁ ପିଚ୍‌ରେ ଶେଷ ମ୍ୟାଚ୍ ଖେଳାଯିବ ନିଷ୍ପତ୍ତି ହୋଇ ନାହିଁ ? ନିର୍ଣ୍ଣାୟକ ମୁକାବିଲା  ଆରମ୍ଭ ହେବାକୁ ଆଉ ୪୮ ଘଣ୍ଟାରୁ କମ ସମୟ ରହିଛି। ଏମିତିରେ ଦୁଇଟି ପିଚ୍ ତିଆରି କରାଯିବା ଅନେକ ପ୍ରଶ୍ନ ଉଙ୍କି ମାରୁଛି। ଶୃଙ୍ଖଳାର ଶେଷ ମୁକାବିଲା ବହୁତ ଗୁରୁତ୍ଵପୂର୍ଣ୍ଣ ରହିଛି। ଅଷ୍ଟ୍ରେଲିଆ ନିକଟରେ ଶୃଙ୍ଖଳା ବରାବର କରିବାର ସୁଯୋଗ ରହିଥିବା ବେଳେ ଭାରତ ନିକଟରେ ମ୍ୟାଚ୍ ଜିତି ବିଶ୍ଵ ଟେଷ୍ଟ ଚାମ୍ପିଅନସିପ୍‌ର ଫାଇନାଲ୍‌ରେ ପହଞ୍ଚିବାର ସୁବର୍ଣ୍ଣ ସୁଯୋଗ ରହିଛି।

   Related Posts