ଜାପାନ-ଆମେରିକା ସମରାଭ୍ୟାସ ପୂର୍ବରୁ ମିସାଇଲ୍ ପରୀକ୍ଷଣ କଲା ଉତ୍ତର କୋରିଆ
18/02/2023 at 4:19 PM

ନୂଆଦିଲ୍ଲୀ: ଦକ୍ଷିଣ କୋରିଆ ଓ ଆମେରିକା ସମରାଭ୍ୟାସ ଆରମ୍ଭ କରିବାକୁ କିଛିଦିନ ପୂର୍ବରୁ ଶନିବାର ମିସାଇଲ୍ ପରୀକ୍ଷଣ କଲା ଉତ୍ତର କୋରିଆ। ତେବେ ମିସାଇଲ୍ଟି କେଉଁ ମିସାଇଲ୍ ଥିଲା ସେ ବିଷୟରେ କିଛି ଜଣାପଡ଼ି ନାହିଁ। ଦକ୍ଷିଣ କୋରିଆ ସେନା ଜଏଣ୍ଟ ଚିଫ୍ ଷ୍ଟାଫ୍ ଏହି ସୂଚନା ଦେଇଛନ୍ତି। ଏହି ମିସାଇଲ୍ ସହିତ ପୋଙ୍ଗ୍ୟାଙ୍କ ଚଳିତ ବର୍ଷର ପ୍ରଥମ ମିସାଇଲ୍ ପରୀକ୍ଷଣ କରିଛି। ଦକ୍ଷିଣ କୋରିଆରେ ପୂର୍ବଭାଗ ଜଳସୀମାରେ ଏହି ପରୀକ୍ଷଣ କରାଯାଇଛି ବୋଲି ଜାପାନ ଜଏଣ୍ଟ ଚିଫ୍ ଷ୍ଟାଫ୍ ସୂଚନା ଦେଇଛନ୍ତି।
ଉତ୍ତର କୋରିଆର ଏହି ମିସାଇଲ ଜାପାନ ଜଳ ସୀମା ପରିଶର ଭିତରକୁ ଆସିଛି ବୋଲି ଦକ୍ଷିଣ କୋରିଆ ଜଏଣ୍ଟ ଚିଫ୍ ଷ୍ଟାଫ୍ ସୂଚନା କହିଛନ୍ତି। ଅନ୍ୟପଟେ ଜାପାନ ଜଳ ସେନା ମଧ୍ୟ ଉତ୍ତର କୋରିଆ ମିସାଇଲ୍ ଟେଷ୍ଟ କରିଥିବା ସୂଚନା ଦେଇଥିବା ବେଳେ ଏହା କେଉଁ ମିସାଇଲ୍ ଥିଲା ତାହା ସ୍ପଷ୍ଟ ହୋଇ ନାହିଁ।
ସୂଚନା ଥାଉକି ଆସନ୍ତା ସପ୍ତାହରେ ଦକ୍ଷିଣ କୋରିଆ ଓ ଆମେରିକାର ସମରାଭ୍ୟାସ ହେବ। ଏଥିରେ ଉତ୍ତର କୋରିଆ ପକ୍ଷରୁ ଆଶଙ୍କାୟିତ ପରମାଣୁ ଆକ୍ରମଣ ପାଇଁ ଦକ୍ଷିଣ କୋରିଆ ଆମେରିକା ସହ ମିଶି ଯୋଜନା, ପରିଚାଳନା ଓ କଡ଼ା ଜବାବ ଦେବାଉ ଉପରେ ଗୁରୁତ୍ୱ ଦେବ। ଶୁକ୍ରବାର ଉତ୍ତର କୋରିଆ ଯୁଦ୍ଧ ପାଇଁ ପ୍ରସ୍ତୁତି ହେଉଛି ବୋଲି କହି ଆଗୁଆ ଚେତାବନୀ ଦେଇସାରିଛି। ଯଦି ୱାଶିଂଟନ ଓ ଦକ୍ଷିଣ କୋରିଆ ମିଳିତ ସମରାଭ୍ୟାସ କରିବେ ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉତ୍ତର କୋରିଆ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।