ଆଗକୁ ନିର୍ବାଚନ: ନାଗାଲାଣ୍ଡର ୩୯ କୋଟି ଟଙ୍କାର ନିଶା ସାମଗ୍ରୀ ସହ ଜବତ ହେଲା ନଗଦ ଟଙ୍କା

Published By : Prameya-News7 Bureau | February 15, 2023 IST

କୋହିମା: ନାଗାଲଣ୍ଡ ବିଧାନସଭା ନିର୍ବାଚନୀ ପରିବେଶ ଜାରି ରହିଥିବା ବେଳେ ବିପୁଳ ପରିମାଣରେ ନଗଦ ଟଙ୍କା ଓ ନିଶା ସାମଗ୍ରୀ ଜବତ କରାଯାଇଛି। କେନ୍ଦ୍ର ଓ ରାଜ୍ୟ ଏଜେନ୍ସି ମିଶି ଟଙ୍କା, ଡ୍ରଗ୍ସ ଓ ଅନ୍ୟ ନିଶା ସାମଗ୍ରୀ ସହ ମୋଟ ୩୯.୧୮ କୋଟିର ସାମଗ୍ରୀ ଜବତ କରିଛି। ଫେବ୍ରୁଆରୀ ୧୪ ତାରିଖରେ ଜବତ କରାଯାଇଥିବା ନାଗାଲାଣ୍ଡ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି।

ସୂଚନା ଥାଉକି ୨୦୧୮ ପରେ ଏଥର ବି ବିଜେପି ଓ ନ୍ୟାସ୍‌ନାଲିଷ୍ଟ ଡେମୋକ୍ରାଟିକ୍ ପ୍ରୋଗ୍ରେସିଭ୍‌ (NDPP) ମିଳିତ ହୋଇ ରାଜ୍ୟ ନିର୍ବାଚନ ଲଢ଼ିବେ। ଏଥିପାଇଁ ବିଜେପି ୨୦ ଆସନରେ ନିଜର ପ୍ରାର୍ଥୀ ଦେଇଥିବା ବେଳେ NDPP ୪୦ ଆସନ ନିର୍ବାଚନ ଲଢ଼ିବ। ମୋଟ ୬୦ ଆସନ ପାଇଁ ନାଗାଲଣ୍ଡ ବିଧାନସଭା ନିର୍ବାଚନ ହେବ। ଫେବ୍ରୁଆରୀ ୨୭ ତାରିଖରେ ନିର୍ବାଚନ ହେବାକୁ ଥିବା ବେଳେ ମାର୍ଚ୍ଚ ୨ ତାରିଖରେ ଭୋଟ ଗଣତି ହେବ। ମେଘାଳୟ ତ୍ରିପୁରାରେ ମଧ୍ୟ ମାର୍ଚ୍ଚ ୨ ତାରିଖରେ ଭୋଟ ଗଣତି ହେବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.