ପହିଲାରୁ ଅନ୍ତରୀଣ ବଜେଟ୍, ମଙ୍ଗଳବାର ସର୍ବଦଳୀୟ ବୈଠକ

Published By : Prameya-News7 Bureau | January 30, 2024 IST

ନୂଆଦିଲ୍ଲୀ: ଫେବ୍ରୁଆରୀ ପହିଲାରୁ କେନ୍ଦ୍ରୀୟ ଅନ୍ତରୀଣ ବଜେଟ୍ । ଦିନକ ପରେ ବସିବ ବଜେଟ୍ ସେସନ୍ । ନିର୍ବାଚନକାଳୀନ ବଜେଟ୍ ଉପରେ ଦେଶବାସୀଙ୍କ ନଜର ରହିଛି । ଏହା ପୂର୍ବରୁ ମଙ୍ଗଳବାର ସର୍ବଦଳୀୟ ବୈଠକ ଡାକିଛନ୍ତି କେନ୍ଦ୍ର ସରକାର । ମୋଦି ସରକାରଙ୍କ ଦ୍ବିତୀୟ ପାଳିର ଶେଷ ବଜେଟକୁ ନେଇ ବୈଠକରେ ହେବ ଆଲୋଚନା । ଆସନ୍ତା ଏପ୍ରିଲ-ମେ’ ମାସରେ ସାଧାରଣ ନିର୍ବାଚନ ସମ୍ଭାବନା ଥିବାବେଳେ ଫେବ୍ରୁଆରୀ ୧ ତାରିଖରେ ଅନ୍ତରୀଣ ବଜେଟ୍ ଆସିବ । ଏନେଇ ବୁଧବାର ହାଲୁଆ ସେରିମନି ଅନୁଷ୍ଠିତ ହୋଇଥିଲା ।

ସେପଟେ ଆଗକୁ ନିର୍ବାଚନ ଥିବାରୁ ବିଶେଷ କରି ଭିତ୍ତିଭୂମିର ବିକାଶ, କର୍ମନିଯୁକ୍ତିକୁ ଫୋକସ୍ ଦେବା ସହ ଆୟକର ସୀମା ଅପରିବର୍ତ୍ତିତ ରଖିପାରନ୍ତି ସରକାର । ସେହିପରି ଗ୍ରୀନ୍ ଏନର୍ଜିକୁ ଦିଆଯାଇପାରେ ଗୁରୁତ୍ବ । ଷଷ୍ଠଥର ପାଇଁ ଲଗାତାର କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହା ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ମୋରାଜୀ ଦେଶାଇ ୬ଥର ବଜେଟ୍ ଉପସ୍ଥାପନା କରିଥିଲେ । ନିର୍ବାଚନୀ ବର୍ଷରେ କାମଚଳା ବଜେଟ୍ ଆସୁଥିବାରୁ ଦେଶବାସୀଙ୍କ ନଜର ଏହାର ଉପରେ ରହିଛି ।

wp:embed {"url":"https://www.prameyanews7.com/41-percent-in-india-still-rely-on-biomass-for-cooking-emitting-340-million-tonnes-of-co2-annually-says-report/","type":"wp-embed","providerNameSlug":"prameya-news-7"}
https://www.prameyanews7.com/41-percent-in-india-still-rely-on-biomass-for-cooking-emitting-340-million-tonnes-of-co2-annually-says-report/
/wp:embed

ମୁଦ୍ରାସ୍ଫୀତି ନିୟନ୍ତ୍ରଣ ସାଙ୍ଗକୁ ଦରଦାମ ବୃଦ୍ଧି ଉପରେ ରୋକ୍ ଲଗାଇବା ଅର୍ଥମନ୍ତ୍ରୀଙ୍କ ପାଇଁ ବଡ଼ ଆହ୍ବାନ ହେବ । ଅଧିକ ନିଯୁକ୍ତି ସୃଷ୍ଟି କରିବାକୁ କ୍ୟାପିଟାଲ ଏକ୍ସପେଣ୍ଡିଚର ଉପରେ ଫୋକସ୍ କରିପାରନ୍ତି କେନ୍ଦ୍ର ସରକାର । ସାଧାରଣ ନିର୍ବାଚନ ଦୃଷ୍ଟିରୁ ସବୁ ବର୍ଗଙ୍କୁ ଖୁସି କରିବାକୁ ବଜେଟରେ ଉଦ୍ୟମ କରିବେ କେନ୍ଦ୍ର ସରକାର ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.