ଭୁବନେଶ୍ବର୨/୧୧: ସହରରେ ଖୋଲିଲା ସମସ୍ତ ଆହାର କେନ୍ଦ୍ର। ସମ୍ପୂର୍ଣ୍ଣ ଭାବେ କୋଭିଡ ଗାଇଡ଼ଲାଇନ୍ ମାନି ଖୋଲିଛି ଆହାର କେନ୍ଦ୍ର। ସାମାଜିକ ଦୂରତ୍ୱ, ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି। ତେବେ ପ୍ରଥମ ଥର ପାଇଁ ଆହାର କେନ୍ଦ୍ରରେ ନିୟୋଜିତ ହୋଇଛନ୍ତି ଏସଏଚଜି ମହିଳା। ପ୍ରତି କେନ୍ଦ୍ରରେ ୪ ରୁ ୫ ଜଣ ମହିଳା ନିୟୋଜିତ ହୋଇଛନ୍ତି।
କୋଭିଡ କଟକଣା ପରେ ଖୋଲିଲା ଆହାର କେନ୍ଦ୍ର। ପ୍ରଥମ ଦିନରେ ୫୦ ପ୍ରତିଶତ ଲୋକଙ୍କ ହିସାବରେ ଖାଦ୍ୟ ପରଷା ଯାଇଛି। କିନ୍ତୁ ସମ୍ପୂର୍ଣ୍ଣ ଭାବେ କୋଭିଡ ଗାଇଡ଼ଲାଇନ୍ ମାନି ଖୋଲା ଯାଇଛି ଆହାର କେନ୍ଦ୍ର। ସୁରକ୍ଷାକର୍ମୀଙ୍କୁ ଠାରୁ ଆରମ୍ଭ କରି ପ୍ରତ୍ୟେକ ସଦସ୍ୟଙ୍କ ପାଇଁ ମାସ୍କ, ଗ୍ଲୋଭସ, ସାମାଜିକ ଦୂରତ୍ୱ ବାଧ୍ୟତାମୂଳକ କରାଯାଇଛି। ପ୍ରଥମ ଥର ପାଇଁ ଆହାର କେନ୍ଦ୍ରରେ ନିୟୋଜିତ ହୋଇଛନ୍ତି ଏସଏଚଜି ମହିଳା। ସରକାରଙ୍କ ନିର୍ଦେଶ ଅନୁସାରେ ଖାଦ୍ୟ ପରଷିବା ପାଇଁ ମହିଳାମାନଙ୍କୁ ନିୟୋଜିତ କରାଯାଇଛି। ଆଉ ଏଭଳି ସୁଯୋଗ ପାଇଁ ଏସଏଚଜି ମହିଳା ବି ଉତ୍ସାହିତ।
କରୋନା ପାଇଁ ହୋଟେଲଗୁଡିକ ଠିକ୍ ଭାବେ ଖୋଲିନି। ଅନେକ ସମୟରେ ଲୋକେ ଖାଇବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ତେଣୁ ଆହାର କେନ୍ଦ୍ର ଖୋଲିଲା ସମସ୍ତଙ୍କ ପାଇଁ ସୁବିଧା ବୋଲି କହିଛନ୍ତି ଜନସାଧାରଣ। ସୁସ୍ଥ ଏବଂ ସ୍ୱଚ୍ଛ ପରିବେଶ ଭିତରେ ଲୋକଙ୍କୁ ଖାଦ୍ୟ ପରସା ଯାଇଛି। ପୂର୍ବରୁ ବିଭିନ୍ନ ହସ୍ପିଟାଲ ନିକଟରେ ଥିବା ୫ଟି ଆହାର କେନ୍ଦ୍ର ଖୋଲା ଯାଇଥିଲା। ବର୍ତମାନ ସହରର ଅନ୍ୟ ୭ଟି କେନ୍ଦ୍ର ଖୋଲାଯାଇଛି।