ଭଉଁରୀ ତିଥୀରେ ଚକ ଅଖ ଡେରା ନୀତି, ରଥଖଳାକୁ ବିଜେ ହେଲା ଆଜ୍ଞାମାଳ

Published By : Prameya-News7 Bureau | May 12, 2023 IST

ପୁରୀ ୧୨/୦୫: ରଥଖଳାକୁ ବିଜେ ହେଲା ଆଜ୍ଞାମାଳ । ଚକ ଅଖ ଡେରା ନୀତି ପାଇଁ ତିନିବାଡର ପୂଜାପଣ୍ଡା ସେବାୟତମାନେ ମହାପ୍ରଭୁଙ୍କ ଆଜ୍ଞାମାଳ ଧରି ପହଞ୍ଚିଲେ ରଥଖଳାରେ । ସକାଳ ଧୂପ ବଢ଼ିବା ପରେ ଅନୁଷ୍ଠିତ ହେଲା ନୀତି। ରଥ ଖଳାରେ ଚକ-ଅଖ ଡେରା ନୀତି ସମ୍ପନ୍ନ । ୬ଟି ଚକ ସହ ୩ଟି ଅଖର କରାଗଲା ସଂଯୋଗ ।

ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ ରଥର ଦୁଇଟି ଚକ ସହ ଅଖ, ପରେ ମହାପ୍ରଭୁ ଜଗନ୍ନାଥ ନନ୍ଦିଘୋଷ ରଥର ଦୁଇଟି ଚକ ସହ ଅଖ ଏବଂ ଶେଷରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳମ ରଥର ଦୁଇଟି ଚକ ସହ ଅଖ ସଂଯୋଗ କରାଗଲା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଉପସ୍ଥିତିରେ ଭୋଇ ସେବକମାନେ ଚକ ସହ ଅଖ ସଂଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.