RTI ଖୋଲିଲା ଗୁମର, ସଂଶୋଧିତ କୃଷି ଆଇନ ଲାଗୁ ନେଇ ଚାଷୀଙ୍କ ପରାମର୍ଶର ରେକର୍ଡ ରଖି ନାହାନ୍ତି ସରକାର

Published By : Prameya-News7 Bureau | December 29, 2020 IST

ନୂଆଦିଲ୍ଲୀ ୨୯।୧୨: କେନ୍ଦ୍ର ସରକାର ଲଗାତାର କହି ଆସୁଛନ୍ତି ଦେଶରେ ସଂଶୋଧିତ କୃଷି ଆଇନ ଲାଗୁ ପୂର୍ବରୁ ବାରମ୍ବାର ଚାଷୀଙ୍କ ସହ ଆଲୋଚନା ହୋଇଛି। ପ୍ରସଙ୍ଗରେ ବିଭିନ୍ନ ପର୍ଯ୍ୟାୟରେ ଚାଷୀଙ୍କ ସହ ଆଲୋଚନା  କରିଥିବାର ମଧ୍ୟ  ସରକାର ଦାବି କରୁଛନ୍ତି। ତେବେ ଏ ବାବଦେ କୃଷି ମନ୍ତ୍ରାଳୟଙ୍କୁ ସୂଚନା ଅଧିକାର ଆଇନ(ଆରଟିଆଇ)ରେ ମଗାଯାଇଥିବା ସୂଚନାରେ ସରକାର ଚାଷୀଙ୍କ ସହ ଆଇନ ନେଇ କରିଥିବା ଆଲୋଚନାର କୌଣସି ରେକର୍ଡ ରଖିନଥିବା ଏକ ଜାତୀୟ ଗଣମାଧ୍ୟ ସୂତ୍ରରୁ ଦୈନିକ ସମ୍ବାଦପତ୍ର ‘ଜନସତ୍ତା’ ସୂଚିତ କରିଛି ।

ଚାଷୀଙ୍କ ସହ ଆଲୋଚନା ଓ ବାବଦରେ ମିଳିଥିବା ପରାମର୍ଶ ନେଇ ଆଇଟିଆଇରେ ସୂଚନା ମଗାଯାଇଥିଲା। ଏଥିରେ ଦେଶରେ ଆଇନ କାର୍ଯ୍ୟକାରୀ କରାଯିବା ପୂର୍ବରୁ ଚାଷୀଙ୍କ ସହ ସରକାର ପରାମର୍ଶ କରିଥିଲେ କି ବୋଲି ମଧ୍ୟ ପ୍ରଶ୍ନ କରାଯାଇଥିଲା। ସେହିପରି ପ୍ରସଙ୍ଗରେ ସରକାର କେତେଥର ଚାଷୀଙ୍କ ପରାମର୍ଶ ନେଇଥିଲେ ଓ ବାବଦରେ ହୋଇଥିବା ବୈଠକର ବିସ୍ତୃତ ସୂଚନା ଦାବି କରାଯାଇଥିଲା। ତେବେ ଏହାର ଜବାବରେ ମନ୍ତ୍ରାଳୟ ଚାଷୀଙ୍କ ପରାମର୍ଶ ସମ୍ପର୍କିତ କୌଣସି ରେକର୍ଡ ନଥିବା ସୂଚିତ କରିଛନ୍ତି।

ଉଲ୍ଲେଖ ଯୋଗ୍ୟଯେ ପୂର୍ବତନ କେନ୍ଦ୍ର କୃଷିମନ୍ତ୍ରୀ ତଥା ଏନସିପି ନେତା ଶରଦ ପାୱାର ରାଜ୍ୟ ସରକାରମାନଙ୍କ ବିନା ପରାମର୍ଶରେ କେନ୍ଦ୍ର ସରକାର ସଂଶୋଧିତ କୃଷି ବିଧେୟକକୁ ଆଇନରେ ପରିଣତ କରିଥିବା ଅଭିଯୋଗ କରିଥିଲେ। ସେହିପରି ଦିଲ୍ଲୀରେ ବସି କୃଷି ସମ୍ପର୍କିତ ନିଷ୍ପତ୍ତି ନିଆଯାଇ ପାରିବ ନାହିଁ ବୋଲି ମଧ୍ୟ ସେ କହିଥିଲେ। କାରଣ ଏଥିରେ ଦୂରଦୂରାନ୍ତର ଗାଁରେ ରହୁଥିବା ଚାଷୀ ଲାଗି ଏହି ଆଇନ କାର୍ଯ୍ୟକାରୀ ହେବ ବୋଲି ପାୱାର କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.