ସର୍ବସାଧାରଣ ସ୍ଥାନରେ କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ଅଭିଯୋଗ ଶୁଣାଣି

Published By : Prameya-News7 Bureau | June 30, 2019 IST

ନୟାଗଡ ୩୦।୬: ସର୍ବସାଧାରଣ ସ୍ଥାନରେ ଅଭିଯୋଗ ଶୁଣାଣି କଲେ କୃଷିମନ୍ତ୍ରୀ । ଚତୁର୍ଥଥର ପାଇଁ ବିଧାୟକ ଏବଂ କୃଷିମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ସ୍ଥାନୀୟ ବିଧାୟକ ଅରୁଣ ସାହୁ ନୟାଗଡ ପୁରୁଣା ବସଷ୍ଟାଣ୍ଡରେ ଆଜି ଅଭିଯୋଗ ଶୁଣାଣି କରିଛନ୍ତି ।

{"id":129058}

ଶହଶହ ସଂଖ୍ୟାରେ ସହର ତଥା ଆଖପାଖର ଲୋକମାନେ ସେମାନଙ୍କ ବିଭିନ୍ନ ଅଭିଯୋଗ ନେଇ ମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି । କାହାର ଅଭିଯୋଗ ପୁରଣ ହୋଇଛି ତ ପୁଣି କାହାର ଅଭିଯୋଗକୁ ବିଭାଗୀୟ ଅଧିକାରୀଙ୍କ ନିକଟକୁ ପଠାଯାଇଛି । ସବୁ ସମୟରେ ମନ୍ତ୍ରୀଙ୍କ ନିକଟକୁ ଆସି ସାକ୍ଷାତ କରିବା ସମ୍ଭବପର ହେଉନଥିବା ବେଳେ ଏଭଳି ଏକ ପଦକ୍ଷେପକୁ ଅଭିଯୋଗ କରିବାକୁ ଆସିଥିବା ଲୋକମାନେ ସ୍ବାଗତ କରିଛନ୍ତି ।

{"id":129059}

ସେପଟେ ଲୋକମାନଙ୍କ ନିକଟତର ହେବାପାଇଁ ଏହା ଏକ ନିଆରା ଅନୁଭୁତି ବୋଲି ନିଜେ ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି । ଜନସାଧାରଣଙ୍କ ସହ ମିଶି ସେମାନଙ୍କ ଭଳି ହୋଇପାରିଲେ ଜନପ୍ରତିନିଧି ହେବାକୁ ଯୋଗ୍ୟତା ଅଛି ବୋଲି ଭାବିପାରିବା ବୋଲି ସେ କହିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.