ଉନ୍ନତମାନର ବିହନ ଉତ୍ପାଦନ ଓ ଚାଷୀଙ୍କୁ ସହାୟତା ପାଇଁ କୃଷି ବିଭାଗ କଲା ୭ଟି ଚୁକ୍ତି

Published By : Prameya-News7 Bureau | August 03, 2019 IST

ଭୁବନେଶ୍ବର୩|୮; ରାଜ୍ୟ ସରକାରଙ୍କ କୃଷି ବିଭାଗ ଆଜି ୭ଟି ଚୁକ୍ତି ନାମା  ସ୍ବାକ୍ଷର କରିଛି ।ବିଭାଗ ୪ ଟି ଚୁକ୍ତି ନାମା  ବାର୍ଷିକ ମିଆଦରେ ସ୍ବାକ୍ଷର କରିଥିବାବେଳେ ତିନିଟି ନୂଆ ଚୁକ୍ତି ନାମା ସ୍ବାକ୍ଷରିତ ହେ।ଇଛି ।କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ହେ।ଇଥିବା ଏହି ଚୁକ୍ତିନାମାକୁ ରାଜ୍ୟ ସରକାର ଙ୍କ କୃଷି ବିଭାଗ ବେଶ ଗୁରୁତ୍ବ ଦେଉଛି । କେନ୍ଦ୍ର ସରକାରଙ୍କ  ଅଧୀନସ୍ଥ ତିନିଟି ସଂସ୍ଥା ନାଫେଡ, ହିଲ ଓ ଦ୍ବାରା ସହ ଏହି ଚୁକ୍ତି ସ୍ବାକ୍ଷରିତ ହେ।ଇଛି ।

{"id":140524}

ଓଡିଶା ସରକାରଙ୍କ କୃଷି ବିଭାଗ ସହ ଓଡିଶା ରାଜ୍ୟ ବିହନ ନିଗମର ୨୦୧୯-୨୦ ବର୍ଷ ପାଇଁ ୭ ଟି ବୁଝାମଣା ପତ୍ର ସ୍ବାକ୍ଷରିତ ହେ।ଇଛି ।ସେଥିମଧ୍ୟରୁ ୪ ଟି  କୃଷି ବିଭାର ନିଜସ୍ବ ଚୁକ୍ତି ନାମା ହେ।ଇ ଥିବାବେଳେ ଆଉ ତିନିଟି ନୂଆ ବୁଝାମଣା ପତ୍ର କେନ୍ଦ୍ର ସରକାର ଙ୍କ ଅଧୀନସ୍ଥ ତିନିରି ନିଗମ ନାଫେଡ, ହିଲ ଓ ଦ୍ବାରା ସହ ସ୍ବାକ୍ଷର ହୋଇଛି ।କୃଷି ମନ୍ତ୍ରୀ ଅରୁଣ ସାହୁ ଚୁକ୍ତିସ୍ବାକ୍ଷର ଅବସରରେ ଉପସ୍ଥିତ ଥିଲେ ।ତିନିବର୍ଷ ପାଇଁ ଏହି ଚୁକ୍ତି ନାମା ସ୍ବାକ୍ଷର କରାଯାଇଛି ।

{"id":140525}

ହିଲ ଓ ନାଫେଡ ପ୍ରଥମ କରି ବିହନ କ୍ଷେତ୍ରରେ ଚୁକ୍ତି କରିଛି । ହିଲ କେବଳ କଳାହାଣ୍ଡି ଭଦ୍ରକଜିଲ୍ଲରେ ୫ ହଜାର କ୍ବିଣ୍ଟାଲ ଧାନ ,  ଖେ।ର୍ଦ୍ଧାଏବଂ ନୟାଗଡ ଜିଲ୍ଲାରେ ୨ହଜାର କ୍ବିଣ୍ଟାଲ ମୁଗ,  ରାୟଗଡା ଜିଲ୍ଲାରେ ୨୦୦ କ୍ବିଣ୍ଟାଲ ହରଡ,  ଗଜପତି ଜିଲ୍ଲାରେ ୧୦୦ କ୍ବିଣ୍ଟାଲ ମଟର ଓ ଗଞାମ ଜିଲ୍ଲାରେ ୧୦୦ କ୍ବିଣ୍ଟାଲ ରାଶି ବିହନ ଉତ୍ପାଦନ ପାଇଁ ଯେ।ଜନା କରିଛି ।

{"id":140526}

ଏହା ସହ ଝାରସୁଗୁଡା ଓ ଦେଓଗଡ ଜିଲ୍ଲାରେ ୨୭ହଜାର କ୍ବିଣ୍ଟାଲ ଚିନାବାଦାମ ଓ  ମୁଗ ଉତ୍ପାଦନ ପାଇଁ ଲକ୍ଷ୍ୟ ରଖିଛି ନାଫେଡ ।ସେହିପରି ଦ୍ବାରା ସଂସ୍ଥା ପ୍ରକୃତ ଚାଷୀ ଙ୍କୁ ସୁବିଧା ଦେବ ।ଚାଷୀଙ୍କୁ ସମସ୍ତ ପ୍ରକାରର ଆର୍ଥିକ ସହାୟତା ସହ ଜମିହୀନମାନଙ୍କୁ ସୁବିଧା ରେ ଜମି ଯେ।ଗାଇବା ସହ ଚାଷ ପାଇଁ ସହାୟତା କରିବ ।

{"id":140527}

ଧାନ ବିହନ କ୍ଷେତ୍ରରେ ରାଜ୍ୟର ଉତ୍ପାଦନ ଅଧିକ ଥିଲେ ମଧ୍ୟ ଡାଲି ଜାତୀୟ ଶସ୍ୟ କ୍ଷେତ୍ରରେ ରାଜ୍ୟ ସ୍ବାବଲମ୍ବୀ ହେ।ଇ ପାରିନି ।ଏହି ଏମଓୟୁ ପରେ ରାଜ୍ୟର ଚାଷୀମାନେ ଉନ୍ନତମାନର  ଡାଲି ତଥା ତୈଳବିଜ  ବିହନ ପାଇପାରିବେ।ଆଗାମୀ ତିନି ବର୍ଷ ପାଇଁ ଏହି ଚୁକ୍ତି ନାମା ବଳବତ୍ତର ରହିବ ।କିନ୍ତୁ ଚୁକ୍ତି ଅନୁସାରେ ଦ୍ବାରା ପାଇଲଟ ପ୍ରୋଜେକ୍ଟଭାବେ କାମ କରିବା ସହ ଯଦି ଚାଷୀ ଓ ଚାଷର ଉନ୍ନତି ହେ।ଇପାରିଲା ତାହାହେଲେ ଆଗାମୀ ଦିନରେ ଏହା ଉପରେ ଅଧିକ ଗୁରୁତ୍ବ ଦିଆଯିବ ।

{"id":140528}

ଚଳିତ ବର୍ଷ ଓଡିଶା ବିହନ ନିଗମ  ୪୬୭.୧୧ କେ।ଟି ଟଙ୍କାର ବ୍ୟବସାୟ କରିବା ପାଇଁ ଲକ୍ଷ୍ୟ ଧାଯ୍ୟ କରିଛି ।ନିଗମ ୨୨୬୨ ଟି ଟ୍ରାକ୍ଟର, ୫୩୦୦୪ ମେଟ୍ରିକ ଟନ ରାସାୟନ ସାର ଓ ୧୧୪୯୨ ହେକ୍ଟର ଜମି କୁ ଜଳ ଯେ।ଗାଣ ପାଇଁ ପ୍ରକଳ୍ପ ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.