ପଞ୍ଜିକରଣ ନହେବାରୁ କୃଷି ସମବାୟ ସମିତି ଅଫିସ ତାଲା ପକାଇଲେ ଚାଷୀ
15/12/2022 at 9:29 PM

ଧର୍ମଗଡ଼ ୧୫/୧୨: ଟୋକନ ସମସ୍ୟାକୁ ନେଇ ତାତିଲେ ଚାଷୀ l କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଖଇରପଦର ପ୍ରାଥମିକ କୃଷି ସମବାୟ ସମିତି କାର୍ଯ୍ୟାଳୟରେ(ପେକ୍ସ) କୃଷକମାନେ ତାଲା ପକାଇଥିବା ଦେଖିବାକୁ ମିଳିଛି। କର୍ମଚାରୀଙ୍କ ଦାୟିତ୍ୱହୀନତା ପାଇଁ ୫୫ ଜଣ ଚାଷୀ ଧାନ ବିକ୍ରି କରିପାରିନାହାନ୍ତି। ସେମାନେ ଧାନ ବିକିବାକୁ ପଞ୍ଜିକରଣ ପାଇଁ ସମସ୍ତ ଆବଶ୍ୟକ କାଗଜପତ୍ର ଦେଇଥିଲେ। କିନ୍ତୁ ପେକ୍ସ କର୍ମଚାରୀଙ୍କ ଖାମଖିଆଲି ପାଇଁପଞ୍ଜୀକରଣ ହୋଇ ନାହିଁ।
ଏଥିପାଇଁ ଗୁରୁବାର ଚାଷୀମାନେ ପେକ୍ସ ଅଫିସ୍ ତାଲା ମାରି ବନ୍ଦ କରିଛନ୍ତି। l ସମସ୍ୟା ସମାଧାନ ନ ହେବା ଯାଏ ସେମାନେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି l ଆନ୍ଦୋଳନରେ ଚାଷୀଙ୍କ ସମର୍ଥନ ପାଇଁ ଚାଷୀ ନେତା ଦିଗମ୍ବର ଦୁରିଆ, କୃଷି ଓ କୃଷକ ସଙ୍ଗଠନ ସଭାପତି ଲଷ୍ମୀ ବାଗ ଆନ୍ଦୋଳନରେ ଯୋଗଦେଇ ଥିଲେl ଉତ୍ତେଜନା କୁ ରୋକିବା ପାଇଁ ଘଟଣା ସ୍ଥଳରେ ଧର୍ମଗଡ଼ ପୋଲିସ ପହଞ୍ଚି ଆନ୍ଦୋଳନରତ ଚାଷୀଙ୍କୁ ବୁଝାସୁଝା କରିଛନନ୍ତି।