ମହିଳାଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ପ୍ରସଂଗ: କୃଷୀମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି ମହିଳା ମୋର୍ଚ୍ଚା
29/09/2018 at 6:55 PM

ଭୁବନେଶ୍ବର୨୯|୯: ମହାରଥିଙ୍କ ମହିଳା ଙ୍କ ପ୍ରତି ବିବାଦୀୟ ମନ୍ତବ୍ୟ ନେଇ ବିଜେପି ମହିଳା ମୋର୍ଚା ପକ୍ଷରୁ କରାଯାଇଛି ରାଲି ଓ ବିକ୍ଷୋଭ । ବିଜେପି ପାଟି ଅଫିସରୁ ରାଲି ବାହାରି ଶ୍ରିୟା ଛକ ଠାରେ କୃଷି ମନ୍ତ୍ରୀ ମହାରଥିଙ୍କ କୁଶପୁତ୍ତଳିକା ଦାହ କରିଛି ବିଜେପି ମହିଳା ମୋର୍ଚା । ତେବେ କେବଳ ରାଜଧାନୀ ନୁହେଁ ସାରା ରାଜ୍ୟରେ ମହିଳା ମୋର୍ଚା ପକ୍ଷରୁ କରାଯାଇଛି ବିକ୍ଷୋଭ । ମୁଖ୍ୟମନ୍ତ୍ରୀଙ୍କ ଚୁପ ରହିବା ନେଇ ମଧ୍ୟ ପ୍ରଶ୍ନ ଉଠାଇଛି ବିଜେପି ।ଏଥିସହ ମହାରଥିଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର ଦାବି ହୋଇଛି । ତେବେ ଏତିକି ନୁହେଁ ଆଗାମି ଦିନରେ ଯେପର୍ଯ୍ୟନ୍ତ ମହାରଥିଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଇଛି ସେଯାଏଁ ବିଜେପି ମହିଳା ମୋର୍ଚା ତାର ଆନ୍ଦୋଳନ କୁ ଆହୁରି ତିବ୍ରତର କରିବ ବୋଲି କହିଛନ୍ତି ମହିଳାମୋର୍ଚ୍ଚାର ସବାନେତ୍ରୀ ପ୍ରଭାତୀ ପରିଡା।