ଆଗ୍ରା କେମିକାଲ ଫ୍ୟାକ୍ଟ୍ରିରେ ଭୀଷଣ ନିଆଁ

Published By : Prameya-News7 Bureau | September 07, 2020 IST

ଆଗ୍ରା ୦୭/୦୯ : ଉତ୍ତର ପ୍ରଦେଶ ଆଗ୍ରାରେ କେମିକାଲ ଫ୍ୟାକ୍ଟ୍ରିରେ ଭୀଷଣ ନିଆଁ ଲାଗିଛି | ସିକନ୍ଦରା ଅଞ୍ଚଳରେ ଥିବା ଏକ କେମିକାଲ ଫ୍ୟାକ୍ଟ୍ରିରେ ନିଆଁ ଲାଗିବାରୁ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି | ଫ୍ୟାକ୍ଟ୍ରିରେ ନିଆଁ ଲାଗିବାରୁ ଲଗାତାର ବିସ୍ଫୋରଣ ହେଉଛି | ଫଳରେ ଆଖପାଖ ଅଞ୍ଚଳରେ କଳା ଧୂଆଁ ବ୍ୟାପିଯାଇଛି | ନିଆଁ ଲାଗିଥିବା ସୂଚନା ପାଇ ଅଗ୍ନିଶ,ଏ ବିଭାଗ ଘଟଣାସ୍ଥଳରେ ପହଞ୍ଚିଛି | ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରୁଛନ୍ତି କିନ୍ତୁ ଏବେ ସୁଦ୍ଧା ସଫଳ ହୋଇନାହାନ୍ତି | ପବନ ଯୋଗୁଁ ନିଆଁ ରାଜପଥ ଯାଏଁ ଦେଖାଯାଉଛି | 

{"id":326459,"sizeSlug":"large"}

ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ସୋମବାର ଅପରାହ୍ନ ପାଖାପାଖି ୨ଟା ସମୟରେ ଫ୍ୟାକ୍ଟ୍ରିରୁ ହଠାତ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା | ଏହାପରେ ପୋଲିସ ଓ ଅଗ୍ନିଶମ ବାହିନୀକୁ ସୂଚନା ଦିଆଯାଇଥିଲା | କିନ୍ତୁ ଅଗ୍ନିଶମ ବାହିନୀ ପହଞ୍ଚିବା ପୂର୍ବରୁ ନିଆଁ ବିକଶିତ ହୋଇ ସାରିଥିଲା | 

{"id":326465,"sizeSlug":"large"}

ନିଆଁ ବ୍ୟାପିବା ଆଶଙ୍କାରେ ସଚେତନତା ଦୃଷ୍ଟିରୁ ଆଖପାଖ ଅଞ୍ଚଳକୁ ଖାଲି କରାଯାଉଛି | ନିଆଁ ଯୋଗୁଁ ଫ୍ୟାକ୍ଟ୍ରି ଭିତରେ ଥିବା ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି | ତେବେ ଫ୍ୟାକ୍ଟ୍ରି ବନ୍ଦ ଥିବାରୁ କେହି ହତାହତ ହୋଇନଥିବା ଜଣାପଡିଛି | ନିଆଁ ଲାଗିବାର କାରଣ ଏବେ ସୁଦ୍ଧା ଜଣାପଡିନାହିଁ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.