LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ନିୟନ୍ତ୍ରଣ ହରାଇ ପୋଲରୁ ତଳକୁ ପଡିଲା ବସ୍ : ୨୯ ମୃତ, ୨୫ ଆହତ

8/07/2019 at 12:47 PM

ଉତ୍ତର ପ୍ରଦେଶ ୟମୁନା ଏକ୍ସପ୍ରେସ ୱେରେ ଆଜି ସକାଳୁ ଏକ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ବସଟି ଲକ୍ଷ୍ନୌରୁ ଦିଲ୍ଲୀ ଯାଉଥିବାବେଳେ ଆଗ୍ରାର ଝରଣା ନାଳରେ ଓଲଟି ପଡିଥିଲା । ଦୁର୍ଘଟଣାରେ ୨୯ ଜଣଙ୍କର ମୃତ୍ୟୁ ହୋଇଛି । ପୋଲିସ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତକଙ୍କ ପାଇଁ ଶୋକ ପ୍ରକାଶ କରିଛନ୍ତି । ଆହତଙ୍କୁ ସମସ୍ତ ସୁବିଧା ଯୋଗେଇଦେବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲା ଅଧିକାରୀ ଏବଂ ପୋଲିସ ଅଧ୍ୟକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଯୋଗେଇ ଦେବା ପାଇଁ ଘୋଷଣା କରାଯାଇଛି । ଦୁର୍ଘଟଣାରେ ପାଖାପାଖି ୨୫ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବସରେ ୫୦ରୁ ଅଧିକ ଯାତ୍ରୀ ଯାତ୍ରା କରୁଥିବା ଜଣାପଡିଛି ।

ପୋଲିସ ସୁଚନା ଅନୁଯାୟୀ, ଅବୈଧ ବସ ଡିପୋ ଜନରଥ ଏକ୍ସପ୍ରେସ ରୋଡୱେଜ ବସ ନମ୍ବର ୟୁପି ୩୩ ଏଟି ୫୮୭୭ ନିୟନ୍ତ୍ରଣ ହରାଇ କୁବେରପୁର ନିକଟସ୍ଥ ଝାରନା ନାଳରେ ପଡି ଯାଇଥିଲା । ଘଟଣା ପାଖାପାଖି ଭୋର ୫ଟା ସମୟରେ ଘଟିଥିଲା । ଦୁର୍ଘଟଣା ପରେ ଅଧା ବସ୍ ପାଣିରେ ବୁଡି ଯାଇଥିଲା । ୨୭ ଶବ ଉଦ୍ଧାର କରାଯାଇଛି । ପାଖାପାଖି ୧୫-୧୭ ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୟୁପି ଡିଜିପି ଉଦ୍ଧାର କାର୍ଯ୍ୟ ଦୃତ ଗତିରେ କରିବା ପାଇଁ ନିର୍ଦେଶ ଦେଇଛନ୍ତି । ଘଟଣାସ୍ଥଳରେ ସମସ୍ତ ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି ।

   Related Posts