ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

ଅଗ୍ନିପଥ କ୍ରେଜ୍ : ୩ ଦିନରେ ବାୟୁସେନାରେ ନିଯୁକ୍ତି ପାଇଁ ରେଜିଷ୍ଟ୍ରେସନ କଲେଣି ୫୬ ହଜାରରୁ ଅଧିକ ପ୍ରାର୍ଥୀ

27/06/2022 at 8:25 AM

ନୂଆଦିଲ୍ଲୀ,୨୭/୦୬:  ଅଗ୍ନିପଥ ଯୋଜନାକୁ ନେଇ ଦେଶର ଅନେକ ସ୍ଥାନରେ ହିଂସା ପରିଲକ୍ଷିତ ହୋଇଥିଲା । ହଜାର ହଜାର ଛାତ୍ର ଏହି ଯୋଜନାକୁ ବିରୋଧ କରିଥିଲେ । କିନ୍ତୁ ବାସ୍ତବ ଚିତ୍ର ଓଲଟା । ଭାରତୀୟ ବାୟୁସେନା ଅଗ୍ନିପଥ ଯୋଜନାରେ ରବିବାର ସୁଦ୍ଧା ୫୬୯୬୦ ଜଣ ରେଜିଷ୍ଟ୍ରେସନ କରିଥିବା ଜଣାପଡିଛି ।  ଭାରତୀୟ ବାୟୁସେନା ପକ୍ଷରୁ ଏନେଇ ଟ୍ୱିଟରରେ ସୂଚନା ଦିଆଯାଇଛି ।

ଭାରତୀୟ ବାୟୁସେନା ପକ୍ଷରୁ ରବିବାର ଟ୍ୱିଟ୍ କରି କୁହାଯାଇଛି ଯେ, ଅଗ୍ୱିପଥ ଯୋଜନାରେ ୫୬୯୬୦ ଜଣ ଆବେଦନ କରିଛନ୍ତି । ଯେଉଁଥିରୁ ଭବିଷ୍ୟତର ଅଗ୍ୱିବୀର ତିଆରି ହେବେ । ଜୁଲାଇ ୫ ତାରିଖ ଯାଏଁ ଆବେଦନ କରାଯାଇପାରିବ ବୋଲି ସେନା ପକ୍ଷରୁ କୁହାଯାଇଛି ।

ଜୁନ ୧୪ରେ ହୋଇଥିବା ଘୋଷଣା

ଗତ ୧୪ ତାରିଖରେ ସରକାର ଅଗ୍ନିପଥ ଯୋଜନା ଆମ୍ଭ କରି କହିଥିଲେ ଯେ, ୧୭ରୁ ୨୧ ବର୍ଷର ଯୁବକଙ୍କୁ ସେନାରେ ୪ ବର୍ଷ ପାଇଁ ନିଯୁକ୍ତ ହେବେ । ଏହାମଧ୍ୟରୁ ୨୫ ପ୍ରତିଶତଙ୍କୁ ନିୟମିତ ଭାବେ ସେନାରେ କାମ କରିବାକୁ ସୁଯୋଗ ମିଳିବ । ଏହି ଯୋଜନାକୁ ନେଇ ଦେଶର ଅନେକ ସ୍ଥାନରେ ବିରୋଧ ପ୍ରଦର୍ଶନ ଜାରି ରହିଛି ।

୨୦୨୨ ପାଇଁ ବୟସସୀମା ୨୩

ସରକାର ଜୁନ ୧୬ରେ ଏହି ଯୋଜନାରେ ସାମିଲ ପାଇଁ ସର୍ବାଧିକ ବୟସସୀମାକୁ ୨୩ କରିଥିଲେ । ଏହାପରେ ଗୃହ ମନ୍ତ୍ରାଳୟ ଅର୍ଦ୍ଧସୈନିକ ବଳ ଓ ପ୍ରତିରକ୍ଷା ବିଭାଗ ନିୟ ମନ୍ତ୍ରାଳୟରେ ଅବସରପ୍ରାପ୍ତ ଅଗ୍ନିବୀରଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ଦେବେ ବୋଲି ଘୋଷଣା କରିଥିଲେ ।

   Related Posts