ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ଅଗ୍ନିପଥ ଯୋଜନା : ସେନାରେ ଦଶମ-ଦ୍ୱାଦଶ ଶ୍ରେଣୀ ଛାତ୍ରଙ୍କ ପାଇଁ ସୁଯୋଗ, ୪ ବର୍ଷ ଚାକିରୀ ଆଉ ମୋଟା ଦରମା…

14/06/2022 at 2:59 PM

ନୂଆଦିଲ୍ଲୀ,୧୪।୬: ସେନାର ହେବ ନବକଳେବର । ଶକ୍ତିଶାଳୀ ହେବ ଭାରତୀୟ ସେନା । ଯୁବପୀଢିଙ୍କ ପାଇଁ ବଡ ସୁଯୋଗ । ଯୁବକଙ୍କୁ ମିଳିବ ଦେଶସେବା କରିବାର ସୁଯୋଗ । ୪ ବର୍ଷ ପାଇଁ ସେନାରେ କାମ କରିବାର ସୁଯୋଗ ପାଇବେ ଭାରତୀୟ ଯୁବତ । ଏହାସହ ନୂଆ ଭର୍ତ୍ତି ଯବାନଙ୍କୁ ମିଳିବ ସ୍ୱତନ୍ତ୍ର ସୁବିଧା ଓ ଭତ୍ତା । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସେନାରେ ବଡ ଧରଣର ପରିବର୍ତ୍ତନ ପାଇଁ ‘ଅଗ୍ନିପଥ ଭର୍ତ୍ତି ଯୋଜନା’ର ଘୋଷଣା କରିଛନ୍ତି।

ଯୋଜନା ବାବଦରେ ରାଜନାଥ ସିଂହ କହିଛନ୍ତି ଯେ, ଅଗ୍ନିପଥ ଭର୍ତ୍ତି ଯୋଜନା ଅନୁସାରେ, ୪ ବର୍ଷ ପାଇଁ ଯୁବକଙ୍କୁ ସେନାରେ ଭର୍ତ୍ତି କରାଯିବ। ୧୭ ବର୍ଷ ୬ ମାସରୁ ୨୧ ବର୍ଷ ମଧ୍ୟରେ ଯୁବକ ଅଗ୍ନିପଥ ଯୋଜନାରେ ସେନାରେ ସାମିଲ ହୋଇପାରିବେ । ଏହା ସହିତ ତାଙ୍କୁ ଚାକିରୀ ଛାଡିବା ସମୟରେ ସେବା ନିଧି ପ୍ୟାକେଜ୍ ମିଳିବ। ଏହି ଯୋଜନା ଅନୁସାରେ, ସେନାରେ ସାମିଲ ହେଉଥିବା ଯୁବପୀଢିଙ୍କୁ ‘ଅଗ୍ନିବୀର’ କୁହାଯିବ।
 

କ’ଣ ମିଳିବ ସୁବିଧା ?

-ଯୁବପୀଢିଙ୍କୁ ଚାରିବର୍ଷ ପାଇଁ ସେନାରେ ଭର୍ତ୍ତି କରାଯିବ।ଏହି ସମୟରେ ‘ଅଗ୍ନିବୀର’ଙ୍କୁ ଆକର୍ଷଣୀୟ ବେତନ ମିଳିବ।
-୯୦ ଦିନ ଅଗ୍ନିବୀରଙ୍କୁ ପ୍ରଥମେ ଭର୍ତ୍ତି କରାଯିବ।
-ଯଦି କୌଣସି ଅଗ୍ନିବୀର ଦେଶସେବା ବେଳେ ସହିଦ ହୋଇଯାଆନ୍ତି, ତେବେ ତାଙ୍କର ପରିବାର ଲୋକଙ୍କୁ ସେବା ନିଧି ସହିତ ୧ କୋଟି ଟଙ୍କାରୁ ଅଧିକ ଅର୍ଥ ସୁଦ୍ଧ ସହିତ ମିଳିବ। ଏହାଛଡା ବାକି ଥିବା ଚାକିରୀର ବେତନ ଦିଆଯିବ।
-ସେଭଳି କୌଣସି ‘ଅଗ୍ନିବୀର’ ଡ୍ୟୁଟି ବେଳେ ଅକ୍ଷମ ହୁଅନ୍ତି ,ତେବେ ତାଙ୍କୁ ୪୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅର୍ଥ ଦିଆଯିବ। ଏହାଛଡା ବାକି ଚାକିରୀର ଦରମା ମଧ୍ୟ ଦିଆଯିବ।
-ପୁରା ଦେଶରେ ଯୋଗ୍ୟତା ଆଧାରରେ ଭର୍ତ୍ତି କରାଯିବ। ଯେଉଁ ଲୋକ ଏହି ଭର୍ତ୍ତି ପରୀକ୍ଷାରେ ଚୟନ ହେବେ, ତାଙ୍କୁ ୪ ବର୍ଷ ପାଇଁ ସେନାରେ ଚାକିରୀ ମିଳିବ।

-ସେନାରେ ୪ ବର୍ଷର ଚାକିରୀ ପରେ ଯୁବକଙ୍କୁ ଭବିଷ୍ୟତ ପାଇଁ ସୁଯୋଗ ଦିଆଯିବ।
-ଚାରି ବର୍ଷର ଚାକିରୀ ପରେ ସେବା ନିଧି ପ୍ୟାକେଜ ମିଳିବ।
-ଏହି ଯୋଜନା ଅନୁସାରେ, ଭର୍ତ୍ତି କରାଯାଇଥିବା ଅଧିକାଂଶ ଯବାନଙ୍କୁ ଚାରି ବର୍ଷ ପରେ ଚାକିରୀରୁ ମୁକ୍ତ କରିଦିଆଯିବ। ତେବେ କିଛି ଯବାନ ନିଜର ଦକ୍ଷତା ଆଧାରରେ ଚାକିରୀକୁ ଜାରି ରଖିପାରିବେ।
-୧୭.୫ ବର୍ଷରୁ ୨୧ ବର୍ଷର ଯୁବକଙ୍କୁ ସୁଯୋଗ ମିଳିବ।
-ଟ୍ରେନିଂ ୧୦ ସପ୍ତାହରୁ ୬ ମାସ ପର୍ଯ୍ୟନ୍ତ ହେବ।
-ଦଶମ/ ଦ୍ବାଦଶ ଶ୍ରେଣୀର ଛାତ୍ର ଆବେଦନ କରିପାରିବେ।

ଏହାସହ ପ୍ରତିରକ୍ଷା ମନ୍ତ୍ରଣାଳୟର ଅଗ୍ନିପଥ ଯୋଜନା ଅନୁସାରେ ଯୁବପୀଢିଙ୍କୁ ପ୍ରଥମ ବର୍ଷ ୪.୭୬ଲକ୍ଷ ଦରମାର ବାର୍ଷିକ ପ୍ୟାକେଜ୍ ମିଳିବ। ଚତୁର୍ଥ ବର୍ଷ ପର୍ଯ୍ୟନ୍ତ ବଢି ଏହା ୬.୯୨ ଲକ୍ଷରେ ପହଁଞ୍ଚିଯିବ। ୪ ବର୍ଷରେ ଚାକିରୀ ପରେ ୧୧.୭ ଲକ୍ଷ ଟଙ୍କା ସେବାନିଧି ପ୍ରଦାନ କରାଯିବ। ଏହା ଉପରେ କୌଣସି ଟାକ୍ସ ଲାଗିବ ନାହିଁ।  ଏଭଳି ନିଷ୍ପତ୍ତି ନିଆଯିବାର କାରଣ ହେଉଛି ଦେଶ ସେବା ପାଇଁ ଭାବନା ରଖିଥିବା ଯୁବପୀଢିଙ୍କୁ ସୁଯୋଗ ମିଳିବ। ସେନାରେ ସର୍ଟ ଓ ଲଙ୍ଗ ଟର୍ମ ଚାକିରୀର ସୁବିଧା ରହିବ। ଓ ତିନି ସେନାରେ ଯୁବପୀଢିଙ୍କର ଭାଗିଦାରୀ ବଢିବ।

   Related Posts