scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସର୍ଟସର୍କିଟରୁ ଅଗ୍ନିକାଣ୍ଡ, ହାର୍ଡୱେର ଦୋକାନ ପୋଡି ପାଉଁଶ

29/10/2022 at 11:53 AM

ରାୟଗଡ଼ା ୨୯/୧୦: ରାୟଗଡ଼ା ସହରର କପିଳାସ ରୋଡରେ ଥିବା ଏକ ହାର୍ଡୱେର ଦୋକାନରେ ଅଗ୍ନିକାଣ୍ଡ ଘଟି କୋଟିଏ ଟଙ୍କାର ସାମଗ୍ରୀ ପୋଡି ନଷ୍ଟ ହୋଇଯାଇଛି । ଗତକାଲି ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ବିଳମ୍ବିତ ରାତିରେ ନିଆଁ ଲାଗିବା କାରଣରୁ ଆୟତକୁ ଆଣିବା ବିଳମ୍ବ ହୋଇଥିଲା । ଫଳରେ ହାର୍ଡୱେର ଦୋକାନ ସମେତ ଅନ୍ୟ ଦୋକାନ ଗୁଡ଼ିକୁ ମଧ୍ୟ ବ୍ୟାପି ଯାଇଥିଲା ନିଆଁ ।

ଖବରପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ କରିଥିଲେ । ସକାଳ ପର୍ଯ୍ୟନ୍ତ ଏହି କାର୍ଯ୍ୟ ଜାରି ରହିଛି । ହାର୍ଡୱେର ଦୋକାନରେ ବିଭିନ୍ନ ପ୍ଲାଷ୍ଟିକ ପାଇପ ସମେତ ଅନ୍ୟାନ୍ୟ ଗୃହ ନିର୍ମାଣ ସାମଗ୍ରୀ ରହିଥିଲା । ସେହି ଦୋକାନ ନିକଟରେ ଏକ ଔଷଧ ଦୋକାନ ସମେତ ଅନ୍ୟ କିଛି ଦୋକାନ ରହିଛି । ସେହି ସମସ୍ତ ଦୋକାନ ମଧ୍ୟ ଏହାଦ୍ୱାରା ପ୍ରଭାବିତ ହୋଇଛି । ଦୁଇଟି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଆୟତ କରିଛନ୍ତି.

   Related Posts