ସାପ୍ତାହିକ ହାଟରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ଜଳିଗଲା ୬୦ରୁ ଅଧିକ ଦୋକାନ

Published By : Prameya-News7 Bureau | March 12, 2020 IST

ନିଆଳି ୧୨।୦୩:  ଦୃବୁର୍ତ୍ତ ଜାଳିଦେଲେ ହାଟ ଚାଳି । କଟକ ଜିଲ୍ଲା ନିଆଳିର ସାପ୍ତାହିକ ହାଟରେ ଥିବା ଶତାଧିକ ଚାଳି ଜଳିଯାଇଛି। ଅଗ୍ନିକାଣ୍ଡରେ ଶତାଧିକ ବ୍ୟବସାୟୀ ତାଙ୍କର ବେପାର ବଣିଜ କରି ପରିବାର ପୋଷୁ ଥିବାବେଳେ ଗତକାଲି ବିଳମ୍ବିତ ରାତିରେ କେହି ଦୃର୍ବୃତ୍ତ ଚାଳି ଗୁଡିକରେ ନିଆଁ ଲଗାଇ ଦେଇଛି ।  ଫଳରେ ୬୦ ରୁ ଉର୍ଦ୍ଧ୍ବ ଚାଳ ଛପର ଘର ପୋଡ଼ି ପାଉଁଶ ହୋଇଯାଇଛି ।

{"id":236844,"sizeSlug":"large"}

ଗୁରୁବାର ହାଟ ଥିବାରୁ ବ୍ୟବସାୟୀ ମାନେ ବ୍ୟବସାୟ କରିବାକୁ ଆସିଥିଲେ । ହେଲେ ସ୍ଥିତି ଦେଖି ବ୍ୟବସାୟ ବନ୍ଦ କରିଛନ୍ତି । ହାଟ ଚାଳିରେ ପ୍ରାୟ ସବୁ ଦିନ ସଂଧ୍ୟା ସମୟରେ ଅସାମାଜିକ ବ୍ୟକ୍ତି ଡେରା ପକାଇଥାନ୍ତି । ଦୁଇ ଦିନ ତଳେ ନିଆଳି ପୋଲିସ କିଛି ବ୍ୟକ୍ତିଙ୍କୁ ଧରି ଧମକ ଚମକ ଦେଇ ସେଥିରୁ ନିବୃତ ରହିବା ପାଇଁ କହିଥିଲା । ତେଣୁ ଆକ୍ରୋଶମୂଳକ ଭାବେ ନିଆଳି ହାଟଚାଳିକୁ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା କୁହାଯାଉଛି । ଫଳରେ ବହୁ ବ୍ୟବସାୟୀ ନିଜର ଜୀବିକା ହରାଇଛନ୍ତି । ଘଟଣାପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି ।

{"id":236845,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.