ଅଗ୍ନିକାଣ୍ଡରେ ଜଳିଗଲା କାର ସହ ୫ ବାଇକ, ବ୍ୟାଟେରୀ ଗାଡି ବି ପାଉଁଶ

Published By : Prameya-News7 Bureau | April 11, 2023 IST

ସୁବର୍ଣ୍ଣପୁର ୧୧/୦୪: ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରରେ ଡେଲି ମାର୍କେଟ ଠାରେ ଅଗ୍ନିକାଣ୍ଡ । ବିନିକା ସହରର ନରେନ୍ଦ୍ର ସାହୁଙ୍କ ରଖାଯାଉଥିବା କାର ବାଇକ ଗ୍ୟାରେଜରେ ନିଆଁ ଲାଗି ପାଞ୍ଚୋଟି ବାଇକ, ଗୋଟାଏ ବ୍ୟାଟେରୀ ବାଇକ ସହିତ ଗୋଟିଏ କାର ଜଳିପୋଡ଼ି ପାଉଁଶ ହୋଇଯାଇଛି ।

ସୋମବାର ବିଳମ୍ବିତ ରାତିରେ ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ବିନିକା ସହର ମଝିରେ ଥିବା ଡେଲି ମାର୍କେଟ ନିକଟରେ ଏକ ବାଇକ୍ ଗ୍ୟାରେଜରୁ ଧୁଆଁ ବାହାରୁଥିବା ଦେଖିବାକୁ ପାଇଥିଲ । ପାଖକୁ ଯାଇ ଦେଖିଲା ବେଳକୁ ସେଠାରେ ନିଆଁ ଲାଗିଥିବା ଜାଣି ବିନିକା ଦମକଳ ବାହିନୀକୁ ଖବର ଦେଇଥିଲେ । ଦମକଳ ବାହିନୀ ତୁରନ୍ତ ଘଟଣାସ୍ଥଳକୁ ଆସି ନିଆଁକୁ ଆୟତ୍ତ କିରିଥିଲେ ।

ସେତେବେଳକୁ ଗ୍ୟାରେଜରେ ଥିବା ଚାରୋଟି ବାଇକ ସହିତ ଗୋଟିଏ କାର ଓ ଟ୍ୟାୟାର ଆଦିରେ ନିଆଁ ଲାଗି ସଂମ୍ପୁର୍ଣ୍ଣ ଧ୍ୱଂସ ହୋଇଯାଇଛି । ତେବେ ଏହି ଅଗ୍ନିକାଣ୍ଡରେ କେହି ଆହତ ହୋଇ ନ ଥିବା ବେଳେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି I

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.