ଅଗ୍ନିକାଣ୍ଡରେ ଜଳିଗଲା ୨ ବଖରା ଘର, ଟଙ୍କା ଆସବାବପତ୍ର ପୋଡି ପାଉଁଶ
15/03/2023 at 4:11 PM

କରଞ୍ଜିଆ ୧୫/୦୩ : ଅଗ୍ନିକାଣ୍ଡରେ ଜଳିଗଲା ୨ ବଖରା ଘର । ଘରର ସମସ୍ତ ଜିନିଷ ଆସବାବପତ୍ର, ଟଙ୍କା ପଇସା ପୋଡି ପାଉଁଶ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅନ୍ତର୍ଗତ ଭଞ୍ଜକିଆ ଗ୍ରାମ ପଞ୍ଚାୟତର ଭଗାବନ୍ଦୀ ଗାଁରେ। ହଠାତ କୌଣସି କାରଣରୁ ଚନ୍ଦ୍ରମୋହନ ତିରିଆଙ୍କ ଘରେ ନିଆଁ ଲାଗିବାରୁ ଘରଟି ସମ୍ପୂର୍ଣ୍ଣ ଜଳିପୋଡି ପାଉଁଶ ହୋଇଯାଇଥିଲା ।

ଫଳରେ ଘର ଭିତରେ ଥିବା ସମସ୍ତ ଜିନିଷପତ୍ର, ଚାଉଳ, ଧାନ, ଟଙ୍କାପଇସା ସାଙ୍ଗକୁ ଦରକାରୀ କାଗଜପତ୍ର ପୋଡି ନଷ୍ଟ ହୋଇଯାଇଛି । ଖବର ପାଇ ଘଟଣାସ୍ଥଳରେ ରରୁଆଁ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ସୁଧା ଘରଟି ସମ୍ପୂର୍ଣ୍ଣ ଜଳିଯାଇଥିଲା । ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା ତାହା ଅସ୍ପଷ୍ଟ ରହିଥିବା ବେଳେ କୌଣସି ପ୍ରାଣହାନି ହୋଇ ନଥିବା ଜଣାପଡ଼ିଛି ।