ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ : ଜଳିଗଲା ଘର ଓ ଲକ୍ଷାଧିକ ଟଙ୍କାର ସମ୍ପତ୍ତି

Published By : Prameya-News7 Bureau | August 26, 2022 IST

ଚଣ୍ଡିଖୋଲ, ୨୬|୦୮:  ଯାଜପୁର ଜିଲ୍ଲା ବୈରି ଥାନା ଅନ୍ତର୍ଗତ କାଇମାଟିଆ ଗ୍ରାମରେ ଅଗ୍ନିକାଣ୍ଡ । ଜଳି ଗଲା ୪ ବଖରା ଚାଳ ଘର, ପିନ୍ଧିବା ବସ୍ତ୍ର । ଏହାସହ ଲକ୍ଷାଧିକ ଟଙ୍କାର ଧାନ,ଚାଉଳ ଓ ସମସ୍ତ ଆସବାବ ପତ୍ର ଜଳି ଆଖି ପିଛୁଳାକେ  ପାଉଁଶ ହୋଇଯାଇଛି।

ସୂଚନାନୁସାରେ, କାଈମାଟିଆ ଗ୍ରାମର  ବାବନ ସାହୁଙ୍କ  ଘରେ ରାତ୍ରି  ପ୍ରାୟ ୧୦ ପରେ ହଠାତ  ବିଦୁତ ସର୍ଟ ସର୍କିଟ ହୋଇ ନିଆଁ ଲାଗି ଯାଇଥିଲା । ଗାଁ ଲୋକମାନେ ନିଆଁକୁ ଲିଭାଇବାକୁ ଚେଷ୍ଟା କରିଥିବା କରିଥିଲେ । କିନ୍ତୁ ସେତେବେଳକୁ ଘରର ଲକ୍ଷାଧିକ ଟଙ୍କାର ଜିନିଷ  ଓ ଆସବାବପତ୍ର ସମ୍ପୂର୍ଣ୍ଣ ଜଳି ଯାଇଥିଲା । ତେବେ ଖବର ପାଇ  ଚଣ୍ଡିଖୋଲ  ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ୪ ବଖରା ଚାଳ ଘର ସମେତ ସମସ୍ତ ଜିନିଷ ପୋଡ଼ି ନଷ୍ଟ ହୋଇ ଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.