ଟାୟାର ଗଦାରେ ଲାଗିଲା ନିଆଁ, ୪ଟି ଦମକଳ ଗାଡି ଦ୍ବାରା ନିଆଁ ଆୟତ୍ତ

Published By : Prameya-News7 Bureau | March 15, 2023 IST

ଝାରସୁଗୁଡା ୧୫।୩: ଝାରସୁଗୁଡ଼ାରେ ଥିବା ଏକ ଟାୟାର ଗଦାରେ ନିଆଁ ଲାଗି ଧୁଆଁମୟ ହେଲା ପରିବେଶ । ନିଆଁକୁ ଆୟତ୍ତ କରିବାକୁ ଲାଗିଲା ୪ଟି ଦମକଳ ଗାଡି । ଝାରସୁଗୁଡ଼ା ସହରର ଅନତିଦୂରରେ ଥିବା ଲହଣ୍ଡାବୁଡ ସ୍ଥିତ ଜିଏ ଇଣ୍ଡଷ୍ଟ୍ରିଜ୍ କାରଖାନା ବାହାରେ ଗଦା ହୋଇଥିବା ଅବ୍ୟବହୃତ ଟାୟାର ଗଦାରେ ନିଆଁ ଲାଗି ପରିବେଶକୁ ସଂପୂର୍ଣ୍ଣ ଧୁଆଁମୟ କରିଥିଲା । ଏହି ଧୂଆଁ ଯୋଗୁଁ ପ୍ରାୟ ୫ କିଲୋମିଟର ପର୍ଯ୍ୟନ୍ତ ପରିବେଶକୁ ଦୂଷିତ କରୁଥିଲା । ଖବର ପାଇ ଝାରସୁଗୁଡ଼ା ଦମକଳ କେନ୍ଦ୍ରର ଦୁଇଟି, ଜେଏସଡବ୍ଲୁ କାରଖାନା ଓ ବେଦାନ୍ତ ଆଲୁମିନିୟମ କାରଖାନାରୁ ଦୁଇଟି ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଛି । ନିଆଁ ଅନ୍ୟ ସ୍ଥାନକୁ ବ୍ୟାପିବା ପୂର୍ବରୁ ନିୟନ୍ତ୍ରଣ କରାଯାଇ ପାରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.