ଦୋକାନରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ଥାନାରେ ମାମଲା

Published By : Prameya-News7 Bureau | January 22, 2022 IST

ନିଶ୍ଚିନ୍ତକୋଇଲି ୨୨।୧: ଦୋକାନ ଘରେ ଦୁର୍ବୃତ୍ତ ନିଆଁ ଲଗାଇଦେଲେ ଦୁର୍ବୃତ୍ତ । ବିଳମ୍ବିତ ରାତିରେ ଦୋକାନରେ ନିଆଁ ଲଗାଇ ଦେଇଥିବା ନେଇ ଅଭିଯୋଗ ହୋଇଛି । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ବ୍ଲକ୍ ଛକଠାରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ବ୍ଲକ୍ ଛକଠାରେ ଥିବା ଏକ ମାଛ ବିକ୍ରି ଦୋକାନ ଓ ଏକ ଚା’ଦୋକାନରେ କେହି ଦୁର୍ବୃତ୍ତ ଶୁକ୍ରବାର ବିଳମ୍ବିତ ରାତିରେ ନିଆଁ ଲଗାଇ ଦେଇଥିବା ନେଇ ଅଭିଯୋଗ ହୋଇଛି । ତେବେ ଏ ନେଇ ପୃଥକ ପୃଥକ ଭାବେ ନିଶ୍ଚିନ୍ତକୋଇଲି ଥାନାରେ ଅଭିଯୋଗ ହୋଇଛି । ଏଥିଯୋଗୁଁ ଉଭୟ ଦୋକାନରେ ଥିବା ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି । ତେବେ କେଉଁ କାରଣରୁ ଦୁର୍ବୃତ୍ତ ଦୋକାନରେ ନିଆଁ ଲଗାଇଲେ ତାହା ଜଣାପଡିନାହିଁ । ଅଗ୍ନିକାଣ୍ଡ ପଛରେ କାରଣ କଣ ରହିଛି ତାହା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.