AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହିପିଣ୍ଡା ସଂରକ୍ଷିତ ଜଙ୍ଗଲରେ ଦନ୍ତା ମୃତଦେହ ଠାବ, ହାତୀକୁ ମାରି ନେଇଗଲେ ଦାନ୍ତ
  • ||
  • MKCG ମେଡିକାଲ ମୁଖ୍ୟ ଫାଟକ ସମ୍ମୁଖରେ ଦୁର୍ଘଟଣା: ସ୍କୁଟି-କାର୍ ମୁହାଁମୁହିଁ ଧକ୍କା, ଦୁଇ ମୃତ
  • ||
  • ଭୁବନେଶ୍ୱର: ରାତିରେ ପାରଦ କମିବ ଓ ଶୀତ ବଢ଼ିବ, ଦିନରେ ସ୍ୱାଭାବିକଠାରୁ ଅଧିକ ରହିବ ତାପମାତ୍ରା
  • ||
  • ତୋଲକୋଇ: ଦନ୍ତା ଆକ୍ରମଣରେ ହାତୀଛୁଆର ମୃତ୍ୟୁ, ଜଙ୍ଗଲରେ ପଡିଛି ମୃତଦେହ
  • ||

ହୁତୁହୁତୁ ହୋଇ ଜଳିଗଲା ୧୦ ଚକିଆ ଟ୍ରକ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲ୍‌ପର୍

25/08/2022 at 11:42 AM

କରଞ୍ଜିଆ ୨୫।୦୮: ହୁତୁହୁତୁ ହୋଇ ଜଳିଗଲା ୧୦ ଚକିଆ ଟ୍ରକ । ଗାଡିରେ ଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ମଧ୍ୟ ପୋଡି ପାଉଁଶ ହୋଇଯାଇଛି । କିନ୍ତୁ ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର ଏବଂ ହେଲପର ।  ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ଖବର ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ପଶ୍ଚିବଙ୍ଗରୁ କେନ୍ଦୁଝର ଅଭିମୁଖେ ୪୯ ନଂ ଜାତୀୟ ରାଜପଥରେ ଗାଡିଟି ଯାଉଥିଲା । ଠିକ୍‌ ଏହି ସମୟରେ ଗାଡ଼ିରୁ ଧୂଆଁ ଏବଂ ନିଆଁ ବାହାରୁ ଥିବାର ଡ୍ରାଇଭର ଦେଖିବାକୁ ପାଇଥିଲେ । ଏହାପରେ ଗାଡ଼ିରୁ ଡେଇଁ ପଡ଼ିଥିଲେ ଡ୍ରାଇଭର ଏବଂ ହେଲ୍‌ପର୍ । ତେବେ ଏହି ଅଗ୍ନିକାଣ୍ଡରେ ଗାଡିର ଅଧିକାଂଶ ଅଂଶ ପୋଡିଯିବା ସହ ଗାଡିରେ ଲୋଡ ହୋଇଥିବା ସାମଗ୍ରୀରେ ମଧ୍ୟ ନିଆଁ ଲାଗିଯାଇଥିଲା ।ସେପଟେ ସ୍ଥାନୀୟଲୋକେ ଗାଡିରେ ନିଆଁ ଲାଗିଥିବା ଦେଖି କରଞ୍ଜିଆ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ।  ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

   Related Posts