ଗ୍ୟାରେଜ୍‌ରେ ପଶି ଜାଳିଦେଲେ ୬ଟି ବାଇକ୍‌ ଓ ୨ଟି କାର୍‌, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ

Published By : Prameya-News7 Bureau | September 28, 2022 IST

ଧର୍ମଗଡ଼ ୨୮।୦୯ : କଳାହାଣ୍ଡି ଜିଲ୍ଲା ଭବନୀପାଟଣା ଇରିଗେସନ କଲୋନୀ ୧୭ ନମ୍ବରରେ ଲେନ୍‌ ଅଭାବନୀୟ ଘଟଣା । ଗ୍ୟାରେଜ୍‌ରେ ପଶି ଦୁର୍ବୃତ୍ତ ପୋଡିଦେଲେ ୬ଟି ବାଇକ୍‌ ଓ ଦୁଇଟି କାର୍‌ । ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ଖବର ଅନୁଯାୟୀ, ଇରିଗେସନ କଲୋନୀ ୧୭ନମ୍ବର ଲେନରେ ମଙ୍ଗଳବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ରୋଧନ ପାଣ୍ଡେଙ୍କ ଗ୍ୟାରେଜରେ ଥିବା ଗାଡି ଗୁଡ଼ିକରେ ନିଆଁ ଲଗାଇଦେଇଥିଲେ। ବାଇକ୍ ପୋଡ଼ିବା ଶବ୍ଦ ଶୁଣି ରୋଧନ ପାଣ୍ଡେ ଗ୍ୟାରେଜରେ ପହଞ୍ଚିଥିଲେ। ଦେଖୁ ଦେଖୁ ନିଆଁ ଚାରିଆଡ଼େ ବ୍ୟାପିଯାଇଥିଲା। ଯାହାଫଳରେ ୬ଟି ବାଇକ୍ ଓ ଦୁଇଟି କାର୍ ପୋଡି ପାଉଁଶ ହୋଇଯାଇଛି। ଅଗ୍ନିଶମ ବାହିନୀ  ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି।

ସେପଟେ ଏହି ଅଗ୍ନିକାଣ୍ଡରେ ୫ଟି ବାଇକ, ଗୋଟିଏ ସ୍କୁଟି ଓ ଦୁଇଟି କାର ମଧ୍ୟ ଆଂଶିକ ପୋଡି ଯାଇଛି।  ଘର ମାଲିକ ଏନେଇ ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଥାନା ଅଧିକାରୀ ପ୍ରଦୀପ ଧରୁଆ ଓ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏପିରିକି ଦୁର୍ବୃତ୍ତୃମାନେ ପ୍ରମାଣ ନଷ୍ଟ କରିବାକୁ ଲାଗିଥିବା ସିସିଟିଭି ମଧ୍ୟ ଭାଙ୍ଗି ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.