ଅଗ୍ନିକାଣ୍ଡରେ ଜଳିଗଲା ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ

Published By : Prameya-News7 Bureau | June 11, 2022 IST

ଚଣ୍ଡିଖୋଲ ୧୧।୦୬: ଅଗ୍ନିକାଣ୍ଡରେ ଜଳିଗଲା ଦୋକାନ । ଯାଜପୁର ଜିଲ୍ଲା ବୈରୀ ଅଞ୍ଚଳରେ ଥିବା କ୍ଷୀରୋଦ ସାହୁଙ୍କ ଏକ ଜଳଖିଆ ଦୋକାନରେ ନିଆଁ ଲାଗିଥିଲା । ଯାହାଫଳରେ ଅନେକ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ଖବର ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ଦୋକାନରେ ହଠାତ୍‌ ନିଆଁ ଲାଗିଯାଇଥିଲା । ଫଳରେ ଦୋକାନଟି ସମ୍ପୂର୍ଣ ଜଳିଯାଇଛି । ଏପିରିକି ଦୋକାନରେ ଥିବା ସମସ୍ତ ଜିନିଷ ଜଳି ଯାଇଥିବା ବେଳେ ଦୋକାନରେ ଥିବା ତିନୋଟି ଗ୍ୟାସ ସିଲିଣ୍ଡର ନିଆଁ ଲାଗି ଫାଟି ଯାଇଛି ।ତେବେ ନିଆଁର ଭୟାଭହତା ଅଧିକ ଥିବାରୁ ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଁଚି ନିଆଁକୁ ଆୟତ୍ତ କରିଥିଲେ ସୁଦ୍ଧା ଦୋକାନଟି ସମ୍ପୂର୍ଣ ଜଳିଯାଇଛି । ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ଯାଇଛି । ଦୋକାନ କରି ପରିବାର ପ୍ରତିପୋଷଣ କରୁଥିବା କ୍ଷୀରୋଦ ସାହୁ ଏବେ ସମ୍ପୂର୍ଣ ଭାଙ୍ଗି ପଡ଼ିଛନ୍ତି । ସରକାରୀ ସହାୟତା ପାଇଁ ଦାବି କରିଛନ୍ତି କ୍ଷୀରୋଦ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.