ଜଳିଗଲା ଫର୍ଣ୍ଣିଚର ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
29/11/2022 at 8:27 AM

ଭୁବନେଶ୍ୱର ୨୯।୧୧: ଫର୍ଣ୍ଣିଚର ଦୋକାନରେ ଅଗ୍ନିକାଣ୍ଡ। ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।
ଖବର ଅନୁଯାୟୀ, ମଙ୍ଗଳବାର ଭୋର୍ ୪ଟା ବେଳେ ଭୁବନେଶ୍ବର ଜଗନ୍ନାଥ ନଗରରେ ଥିବା ଏକ ଫର୍ଣ୍ଣିଚର ଦୋକାନରେ ହଠାତ ନିଆଁ ଲାଗି ଯାଇଥିଲା । ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ଘଟିଛି । ଖବର ପାଇ ଦମକଳ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । ଦୀର୍ଘ ସମୟ ପରେ ନିଆଁ ନିୟନ୍ତ୍ରଣକୁ ଆସିଥିଲା । ଏଥିରେ ଅନେକ ମୂଲ୍ୟବାନ ସାମଗ୍ରୀ ଜଳି ପୋଡ଼ି ପାଉଁଶ ହୋଇଯାଇଛି। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।
Related Posts
ଡାକ୍ତରଙ୍କ ଶତ ଚେଷ୍ଟା ବିଫଳ , ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ
29 January 2023