ନିଳାଦ୍ରୀ ବିହାର ସେକ୍ଟର-୫ରେ ଅଗ୍ନିକାଣ୍ଡ, ସର୍ଟ ସର୍କିଟରୁ ଲାଗିଲା ନିଆଁ
1/06/2023 at 7:59 AM

ବାରଙ୍ଗ ୦୧।୦୬ : ଭୁବନେଶ୍ୱର ନିଳାଦ୍ରୀ ବିହାର ସେକ୍ଟର-୫ରେ ଅଗ୍ନିକାଣ୍ଡ । ସର୍ଟ ସର୍କିଟ ଯୋଗୁଁ ଲାଗିଲା ନିଆଁ। ପ୍ୟାନେଲ ବକ୍ସ ଏବଂ ତାରରେ ଲାଗିଲା ନିଆଁ । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ଖବର ଅନୁଯାୟୀ, ନିଳାଦ୍ରୀ ବିହାର ସେକ୍ଟର-୫ରେ ନିଆଁ ଲାଗିଥିବା ଖବର ଜଣାପଡିଥିଲା। ଘର ଭିତରେ ଥିବା ଇଲେକ୍ଟ୍ରିକ୍ ପ୍ୟାନେଲ ବୋର୍ଡ଼ ତାରରେ ନିଆଁ ଲାଗିବାରୁ ଘରେ ରହୁଥିବା ସମସ୍ତ ବ୍ୟକ୍ତି ୧୧୨କୁ କଲ୍ କରିଥିଲେ।

ଖବର ପାଇ ସ୍ଥାନୀୟ ଚନ୍ଦ୍ରଶେଖରପୁର ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ କାର୍ବନ୍ ଡ଼ାଇଅକ୍ସାଇଡ ଗ୍ୟାସ୍ ସ୍ପ୍ରେ କରାଯାଇଥିଲା । ପରେ ପାଣି ପକାଇ ନିଆଁକୁ ସମ୍ପୂର୍ଣ୍ଣ ଲିଭାଯାଇଥିଲା। ଘଟଣାରେ ପ୍ୟାନେଲ ବକ୍ସ ଓ ସଂଯୋଗ ହୋଇଥିବା ତାର ଜଳିପୋଡ଼ି ଯାଇଥିବା ବେଳେ କେହି ଆହତ ହୋଇନାହାନ୍ତି।