ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ଦିବ୍ୟାଙ୍ଗ ବିଦ୍ୟାଳୟରେ ଅଗ୍ନିକାଣ୍ଡ; ଛାତ୍ରଙ୍କ ସହିତ ୧୧ ମୃତ, ୬ ଗୁରୁତର

25/10/2022 at 4:54 PM

କାମ୍ପାଲା ୨୫/୧୦: ମଙ୍ଗଳବାର ଉଗାଣ୍ଡାରେ ଏକ ଦିବ୍ୟାଙ୍ଗ (ଅନ୍ଧ) ବିଦ୍ୟାଳୟରେ ଅଗ୍ନିକାଣ୍ଡ ହେତୁ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ଛୋଟପିଲା ସାମିଲ ଅଛନ୍ତି। ଏନେଇ ସେଠାକାର ସ୍ଥାନୀୟ ପୋଲିସ ଏବଂ ସରକାର କହିଛନ୍ତି।   

ଉଗାଣ୍ଡା ପୋଲିସ ଟୁଇଟ୍‌ କରି କହିଛି, ‘’ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। କିନ୍ତୁ ଏଠାରେ ନିଆଁ ଲାଗିବାରୁ ୧୧ ଜଣଙ୍କ ମୃତ୍ୟୁ ହେବା ସହିତ ଅନ୍ୟ ୬ ଜଣ ଏବେ ଗୁରୁତର ଭାବେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି’’। ରାଜଧାନୀ କାମ୍ପାଲାର ପୂର୍ବରେ ଥିବା ମୁକୋନୋ ଜିଲ୍ଲାର ସଲମା ଅନ୍ଧ ବିଦ୍ୟାଳୟରେ ମଧ୍ୟାହ୍ଣ ୦୧ଟା ସମୟରେ ଏହି ଅଗ୍ନିକାଣ୍ଡ ହୋଇଛି। ଏନେଇ ତଦନ୍ତ ଆରମ୍ଭ କରାଯାଇଛି। ଅଗ୍ନିକାଣ୍ଡର କାରଣ ଓ ସବିଶେଷ ତଥ୍ୟ ଖୁବଶୀଘ୍ର ଜଣାପଡ଼ିବ ବୋଲି ପୋଲିସ କହିଛି।    

ମୃତକଙ୍କ ମଧ୍ୟରେ ଅଧିକାଂଶ ବିଦ୍ୟାଳୟରେ ଥିବା ଛୋଟପିଲା ଓ ତାଙ୍କର ବାପା ମା ଅଛନ୍ତି ବୋଲି ଅନ୍ତରିଣ ବ୍ୟାପାର ମନ୍ତ୍ରୀ କହିନ୍ଦା ଓଟାଫାୟାର୍‌ ଖବର ସରବରାଗହ ସଂସ୍ଥା ଏଜେନ୍ସି ଫ୍ରାନ୍ସ ପ୍ରେସ୍‌ (ଏଏଫପି)କୁ କହିଛନ୍ତି। ସେ କହିଛନ୍ତି ଅପରାଧିକ ସ୍ଥଳ ଭଳି ସମ୍ପୃକ୍ତ ବିଦ୍ୟାଳୟକୁ ବନ୍ଦ କରାଯାଇଛି, ଏହାର ସମ୍ପୂର୍ଣ୍ଣ ତଦନ୍ତ ହେବ। ସେ ଆହୁରି କହିଛନ୍ତି, ସରକାରୀ ଭାବେ ଆମେ ଏହି ଘଟଣାର ତୃଣମୂଳ ସ୍ଥରକୁ ଯିବୁ, ଯଦି ଏଥିରେ କୌଣସି ଅଭିଯୁକ୍ତ ଚିହ୍ନଟ ହୁଅନ୍ତି ତାହେଲେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ।

   Related Posts