ତିନିକୋଶିଆ ସଂରକ୍ଷିତ ଜଙ୍ଗଲରେ ନିଆଁ, ଦୀର୍ଘ ସମୟ ପରେ ଆୟତ୍ତ କଲା ବନବିଭାଗ
23/01/2023 at 3:03 PM

ନୀଳଗିରି ୨୩/୦୧: ବାଲେଶ୍ଵର ଜିଲା ନୀଳଗିରି ଅଞ୍ଚଳରେ ଥିବା ତିନିକୋଶିଆ ସଂରକ୍ଷିତ ଜଙ୍ଗଲରେ ନିଆଁ ଲାଗିଛି । ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି । କେହି ଅସାମାଜିକ ବ୍ୟକ୍ତି ନିଆଁ ଲଗାଇଥିବା ଅନୁମାନ କରାଯାଉଛି ।
ସୂଚନଯୋଗ୍ୟ ନୀଳଗିରି ରେଞ୍ଜ ଅଧିନ ସଜନାଗଡ ପଞ୍ଚାୟତ ନୂଆସାହି ଗ୍ରାମ ନିକଟରେ ଥିବା ତିନିକୋଶିଆ ସଂରକ୍ଷିତ ଜଙ୍ଗଲରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା । ଅଞ୍ଚଳବାସୀ ବନବିଭାଗକୁ ଖବରଦେବା ପରେ ନୀଳଗିରି ରେଞ୍ଜରଙ୍କ ନିର୍ଦ୍ଦେଶରେ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ବହୁ କଷ୍ଟରେ ଆୟତ କରିଥିବା ଜଣାପଡିଛି ।
ଏବେ ବହୁଦିନ ଧରି ବର୍ଷା ନଥିବା ଓ ପତ୍ର ଝଡାଦେଇ ଶୁଖିଲା ପତ୍ର ପଡିବା କାରଣରୁ ନିଆଁ ସହଜରେ ବ୍ୟାପି କ୍ଷଣିକ ମଧ୍ୟରେ ବ୍ୟାପି ଯାଇଥିବା ଜଣାପଡିଛି।
Related Posts
ହାତୀ ମୃତଦେହ ମିଳିବା ଘଟଣା, ୪ ଶିକାରୀ ଗିରଫ
29 January 2023