ଗଦି ଗୋଦାମରେ ଅଗ୍ନିକାଣ୍ଡ; ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

Published By : Prameya-News7 Bureau | October 30, 2022 IST

କଣ୍ଟାବାଞ୍ଜି ୩୦/୧୦: କଣ୍ଟାବାଞ୍ଜି ୩ ନମ୍ବର ରାସ୍ତାରେ ଥିବା ବଜରଙ୍ଗ ଅଗ୍ରବାଲଙ୍କ ଗଦି ଗୋଦାମରେ ନିଆ ଲାଗି  ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ସର୍ଟସର୍କିଟ ଯୋଗୁଁ ନିଆ ଲାଗିଥିବା ସନ୍ଦେହ କରାଯାଉଛି। ଗୋଦାମ ପାଖରୁ ଆଖପାଖ ଲୋକେ ଧୁଆଁ ବାହାରିବା ଦେଖି ବଜରଙ୍ଗଙ୍କୁ ଜଣାଇଥିଲେ। ସେତେବେଳକୁ ନିଆ ଚାରିଆଡ଼େ ବ୍ୟାପିବା ସହିତ ଅଣାୟତ୍ତ ହୋଇଥିଲା। ପରେ ସ୍ଥାନୀୟ ଅଗ୍ନିଶମ କାର୍ଯ୍ୟାଳୟରେ ଖବର ଦିଆ ଯାଇଥିଲା। ଏବେ ସୁଦ୍ଧା ଦମକଳ ବାହିନୀ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଠା କରୁଛନ୍ତି। ଗଦି ଗୋଦାମ କାରଣରୁ ଓ ତୁଳାରେ ନିଆଁ ଲାଗି ଚାରିଆଡ଼େ ଶୀଘ୍ର ବ୍ୟାପିଯାଇଛି ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.