ବିଦ୍ୟୁତ ତାର ଛିଣ୍ଡି ଜଳିଗଲା ଫାର୍ମହାଉସ, ନିଆଁ ଲିଭାଇବା ବେଳେ ବଜ୍ରାଘାତରେ ଅଗ୍ନିଶମ କର୍ମଚାରୀ ଗୁରୁତର

Published By : Prameya-News7 Bureau | June 05, 2022 IST

ନୀଳଗିରି ୦୫/୦୬: ବିଦ୍ୟୁତ ତାର ଛିଣ୍ଡି ଜଳିଗଲା ଛତୁ ଫାର୍ମ ହାଉସ । ଏଭଳି ଘଟଣା ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଅଧିନ ପୀଠହତା ଗ୍ରାମରେ ଘଟିଛି । ଏହି ଗ୍ରାମର ଅନ୍ତର୍ଯ୍ୟାମୀ ମହାକୁଡ଼ଙ୍କ ଛତୁ ଚାଷ ହୋଇଯାଇଛି । ସୂଚନାଥାଉକି, ଫାର୍ମହାଉସ ଉପରେ ବିଦ୍ୟୁତ ତାର ଓହଳି ଯାଇଥିଲା ।

ବର୍ଷା ପବନରେ ତାର ଦୁଇଟି ଯୋଡି ନିଆଁ ବାହାରିଥିଲା । ତାର ମଧ୍ୟ ଛିଣ୍ଡି ଯାଇଥିଲା । ଫଳରେ ଘରଟି ନିଆଁରେ ସମ୍ପୁର୍ଣ୍ଣ ଜଳି ଯାଇଥିଲା । ଲକ୍ଷାଧିକ ଟଙ୍କାର ଛତୁ ଓ ମଞ୍ଜି ନଷ୍ଟ ହୋଇଥିବା ଜଣାପଡିଛି । ମୟୁରଭଞ୍ଜ ଜିଲ୍ଲା ଅଗ୍ନିଶମ ବିଭାଗ ଯାଇ ନିଆଁକୁ ଆୟତ୍ତ କରିବା ବେଳକୁ ବର୍ଷା ଘଡଘଡି ହେବାରୁ ଜଣେ କର୍ମଚାରୀଙ୍କୁ ବଜ୍ରାଘାତ ହୋଇଥିଲା ।

ନିଆଁ ଅଧା ଲିଭାଇ ତାଙ୍କୁ ଉଦଳା ହସ୍ପିଟାଲକୁ ବିଭାଗ ତରଫରୁ ନିଆଯାଇଥିଲା । ବିଦ୍ୟୁତ ବିଭାଗର ଏଭଳି ଖାମଖିଆଲ ନୀତି ପାଇଁ ଆଜି ଏଭଳି ଅଘଟଣ ହୋଇଥିବା ବେଳେ ପ୍ରଶାସନ ତରଫରୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ସହ କ୍ଷତିପୂରଣ ଦେବାକୁ ପରିବାର ଲୋକେ ଦାବି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.