ନିଆଁ ଲାଗି ଜଳିଗଲା ଦୋକାନ

Published By : Prameya-News7 Bureau | September 02, 2020 IST

ଲମତାପୁଟ ୦୨।୦୯:  ନିଆଁ ଲାଗି ଜଳିଗଲା ୨ଟି ଦୋକାନ । କୋରାପୁଟ ଜିଲ୍ଲା ବିଚଲ କୋଟା ଛକରେ ଥିବା ୨ଟି ଦୋକାନା ପୋଡି ପାଉଁଶ ହୋଇଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ବେଳେକୁ ସ୍ଥାନୀୟଲୋକେ ନିଆଁକୁ ଆୟତ୍ତ କରିସାରିଥିଲେ ।

{"id":323711,"sizeSlug":"large"}

ସୂଚନାଯୋଗ୍ୟ ଯେ, ନ୍ୟୁଜ ୭ ଟିମ୍‌ ଜୟପୁରରୁ ଲମତାପୁଟ ଫେରୁଥିବା ବେଏଳେ ବିଚଲା ଛକ ନିକଟରେ ଗୋଟିଏ ଦୋକାନରେ ନିଆଁ ଲାଗିଥିବାର ଦେଖିବାକୁ ମିଳିଥିଲା । ତୁରନ୍ତୁ ସ୍ଥାନୀୟଲୋକଙ୍କ ସହାୟତାରେ ନିଆଁ ଲିଭାଇବାକୁ ଉଦ୍ୟମ କରାଯାଇଥିଲା । ସେପଟେ ସ୍ଥାନୀୟ ଅଗ୍ନିଶମ ବାହିନୀକୁ ନିଆଁ ଲାଗିଥିବାର ଖବର ଦିଆଯାଇଥିଲା ।  ତେବେ ସ୍ଥାନୀୟଲୋକ ନିଆଁକୁ ଲିଭାଇବାରେ ସକ୍ଷମ ହୋଇଥିଲେ । କିନ୍ତୁ ୨ଟି ଦୋକାନ ଘର ପୁରା ପୋଡି ପାଉଁଶ ହୋଇଯାଇଛି ।

{"id":323712,"sizeSlug":"large"}

ନିଆଁ ଲାଗିଥିବା ଘରୁ କିଛି ପରିମାଣର ସାମଗ୍ରୀ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ ସ୍ଥାନୀୟଲୋକେ । ତେବେ ନିଆଁ ଲାଗିବା ଖବର ପାଇ ଅଗ୍ନିଶମ ବାହିନୀ ଆସି ପହଞ୍ଚଥିଲା । କିନ୍ତୁ ସେତେବେଳକୁ ସ୍ଥାନୀୟଲୋକ ନିଆଁ ଲିଭାଇବାରେ ସକ୍ଷମ ହୋଇଥିଲେ । ଲକ୍‌ଡାଉନ୍‌ ଯୋଗୁଁ ବେପାର ମାନ୍ଦା ହୋଇଥିବା ବେଳେ ଏବେ ନିଆଁରେ ପୋଡିଯାଇଛି ଦୋକାନ। କିପରି ପରିବାର ପ୍ରତିପୋଷଣ କରିବେ , ସେ ଚିନ୍ତାରେ ଅଗ୍ନି ବିପନ୍ନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.