ନୋରଡ଼ ଗାଁରେ ଅଗ୍ନିକାଣ୍ଡ, ୭ ଗୋରୁ ଜୀବନ୍ତ ଦଗ୍ଧ

Published By : Prameya-News7 Bureau | August 12, 2022 IST

କୋଣାର୍କ ୧୨/୦୮: ପୁରୀ ଜିଲ୍କା ଗୋପ ବ୍ଲକର ନୋରଡ଼ ଗାଁରେ ଅଗ୍ନିକାଣ୍ଡ ୭ ଗାଈ ଜୀବନ୍ତ ଦଗ୍ଧ । ସୂଚନା ଅନୁସାରେ ନୋରଡ଼ ଗ୍ରାମର ଗିଗାମ୍ବର ମାଲିକ ଗୁହାଳରେ ପ୍ରତ୍ୟକ ଦିନ ପରି ରାତିରେ ଧୂଆଁ ଦେଇ ଘରକୁ ପଳେଇ ଆସିଥିଲେ । ପରେ ଗୁହାଳରେ ନିଆଁ ଲାଗିଯାଇଥିଲା ।

ସ୍ଥିତି ଏମିତି ହୋଇଥିଲା ଯେ, ନିଆଁକୁ ଆୟତ୍ତ କରିପାରିନଥିଲେ ଗ୍ରାମବାସୀ । ଗୁହାଳରେ ବନ୍ଧା ହୋଇଥିବା ୭ଟି ଗାଇ ନିଆଁରେ ପୋଡି ଜୀବନ୍ତ ଦଗ୍ଧ ହୋଇଯିବା ସହ ଗୁହାଳଟି ସମ୍ପୂର୍ଣ୍ଣ ପାଉଁଶ ହୋଇଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.