ସର୍ଟସର୍କିଟରୁ ଗୋଦାମ ଘରେ ଲାଗିଲା ନିଆଁ, ମାରୁତି ଭ୍ୟାନ ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ

Published By : Prameya-News7 Bureau | August 27, 2022 IST

କରଞ୍ଜିଆ ୨୭/୦୮: ସର୍ଟସର୍କିଟ ଯୋଗୁଁ ଦୋକାନର ଗୋଦାମ ଘରେ ଲାଗିଲା ନିଆଁ । ଗୋଟିଏ ମାରୁତି ଭ୍ୟାନ ସହ ଜଳିଗଲା ଲକ୍ଷାଧିକ ଟଙ୍କାର ଦୋକାନ ସାମଗ୍ରୀ । ଏଭଳି ଘଟିଛି ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନା ଜାମୁକେଶ୍ୱର ଠାରେ । ଗତକାଲି ବିଳମ୍ବିତ ରାତିରେ ରତିକାନ୍ତ ବାରିକ ତାଙ୍କ ଦୋକାନକୁ ବନ୍ଦ କରି ଘରକୁ ଯାଇଥିବା ସମୟରେ ସର୍ଟ ସର୍କିଟ ଯୋଗୁଁ ଦୋକାନର ଗୋଦାମ ଘରେ ନିଆଁ ଲାଗି ଯାଇଥିଲା ।

ଗୋଦାମ ଘରୁ ଧୂଆଁ ବାହାରୁଥିବା ଦେଖି ନିକଟସ୍ଥ ଲୋକେ ତାଙ୍କୁ ତୁରନ୍ତ ଖବର ଦେଇଥିଲେ । ସେ ଆସି ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀକୁ ଯୋଗାଯୋଗ କରିଥିଲେ । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଁଚି ନିଆଁକୁ ଆୟତ୍ତ କରିଥିଲେ ବି ଘର ଭିତରେ ଥିବା ଦୋକାନ ସାମଗ୍ରୀ ଓ ଏକ ମାରୁତି ଭ୍ୟାନ ସମ୍ପୂର୍ଣ୍ଣ ଜଳିଯାଇଥିଲା ।

କରଞ୍ଜିଆ-ସର୍ଟସର୍କିଟ ଯୋଗୁଁ ଦୋକାନର ଗୋଦାମ ଘରେ ଲାଗିଲା ନିଆଁ । ଗୋଟିଏ ମାରୁତି ଭ୍ୟାନ ସହ ଜଳିଗଲା ଲକ୍ଷାଧିକ ଟଙ୍କାର ଦୋକାନ ସାମଗ୍ରୀ । ଯଶୀପୁର ଥାନା ଜାମୁକେଶ୍ୱର ଗାଁର ଘଟଣା, ଗତକାଲି ବିଳମ୍ବିତ ରାତିରେ ରତିକାନ୍ତ ବାରିକ ଦୋକାନ ବନ୍ଦ କରି ଘରକୁ ଯାଇଥିବା ସମୟରେ ଘଟିଛି ଅଘଟଣ, ଘଟଣା ସ୍ଥଳରେ ନିଆଁ କୁ ଆୟତ୍ତ କଲା ଅଗ୍ନିଶମ ବାହିନୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.