ହୋଟେଲ୍ ସମ୍ରାଟ୍ରେ ଅଗ୍ନିକାଣ୍ଡ; ଯାତ୍ରୀ ଫସି ରହିଥିବା ସନ୍ଦେହ
8/03/2023 at 8:40 PM

ପୁରୀ ୦୮/୦୩: ଶ୍ରୀମନ୍ଦିର ପାଖରେ ଥିବା ହୋଟେଲ ସମ୍ରାଟରେ ଅଗ୍ନିକାଣ୍ଡ। ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ କରିବା ପାଇଁ ଉଦ୍ୟମ କରୁଛନ୍ତି। ହୋଟେଲ୍ରେ କିପରି ନିଆଁ ଲାଗିଲା ତାର କାରଣ ଅସ୍ପଷ୍ଟ ରହିଛି। ହୋଟେଲ୍ ଭିତରେ ଅନେକ ଯାତ୍ରୀ ଫସିରହିଥିବା ଅନୁମାନ କରାଯାଉଛି।