ହାତୀ ଭୟ: ଜଙ୍ଗଲରେ ଅଗ୍ନିକାଣ୍ଡ; ନଷ୍ଟ ହେଲା ଅନେକ କାଜୁ ଗଛ
9/12/2022 at 10:45 PM

ପାଟଣା ୦୯/୧୨: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ କେନ୍ଦେଇପଶି କାଜୁ ଜଙ୍ଗଲରେ ଶୁକ୍ରବାର ସକାଳେ ୨୩ ଟିକିଆ ହାତୀପଲ ଡେରା ପକାଇଥିଲେ। ଏହି ସମୟରେ କିଛି ଲୋକ ହାତୀ ଘଉଡ଼ାଇବାକୁ ଜଙ୍ଗଲରେ ନିଆଁ ଲଗାଇ ଦେଇଥିଲେl ଫଳରେ ନିଆଁ ଲାଗି ଶହଶହ କାଜୁ ଗଛ ପୋଡ଼ି ନଷ୍ଟ ହୋଇଯାଇଛି। ଥିବା ଫଳରେ କାଜୁ ଜଙ୍ଗଲରେ ଥିବା ଥିବା ହାତୀପଲଙ୍କ ଜୀବନ ବିପଦରେ ଅଛିl ଏହା ଜାଣି ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ସେପଟେ ବନକର୍ମଚାରୀମାନେ ହାତୀ ପଲଙ୍କ ଉପରେ ନଜର ରଖିଥିଲେ। ଜଙ୍ଗଲରେ ନିଆଁ ଲଗାଇଥିବା ଲୋକଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟ ଲୋକ ଦାବି କରିଥଛନ୍ତି।
Related Posts
ଦୁଇ ବାଇକ୍ ଧକ୍କା; ୨ ମୃତ ୩ ଗୁରୁତର
28 January 2023